26.1 C
Bhubaneswar
Tuesday, November 19, 2024
Homeଓଡିଶାକରୋନା ଯୋଦ୍ଧା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

କରୋନା ଯୋଦ୍ଧା ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଗଞ୍ଜାମ : କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛି । ଜନସାଧାରଣଙ୍କୁ ସୁରକ୍ଷା ଦେବାସହ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍‌କୁ ମଧ୍ୟ କଡ଼ାକଡ଼ି କରିଛି । ଏଥିସହ ସଚେତନମୂଳକ କାର୍ଯ୍ୟକ୍ରମ ଜାରି ରହିଛି । ଏଥିରେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ବର୍ତ୍ତମାନ ଅଗ୍ନିଶମ ବିଭାଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ସହରର ବିଭିନ୍ନ ଅଞ୍ଚଳରେ ବିଭାଗ ପକ୍ଷରୁ ବିଭିନ୍ନ ଛକ ଓ ଅତ୍ୟାବଶ୍ୟକୀୟ ସ୍ଥଳ, ଅଫିସ୍‌, ପରିବା ବଜାର ଓ ରାସ୍ତାର ବିଶୋଧୀକରଣ ପାଇଁ (ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ) ରସାୟନ ସ୍ପ୍ରେ ବିଭିନ୍ନ ଅଞ୍ଚଳରେ କରାଯାଉଛି । ଏହି କ୍ରମରେ ବୁଧବାର ଦିନ ୪୦ନମ୍ବର ୱାର୍ଡ ଆମ୍ବପୁଆ ଛକ ଠାରେ ପରିବା ବଜାର ସହ ମୁଖ୍ୟରାସ୍ତା ଆଦି ଅଞ୍ଚଳରେ ରସାୟନ ସ୍ପ୍ରେ କରାଯାଇଥିଲା । ଅଗ୍ନିଶମ ବିଭାଗ ଅଧିକାରୀଙ୍କୁ ଅଞ୍ଚଳବାସିନ୍ଦା କୃତଜ୍ଞତା ଜଣାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଫୁଲ, ଚନ୍ଦନ, ସିନ୍ଦୁର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅଞ୍ଚଳବାସୀଙ୍କ ଏଭଳି ସମ୍ବର୍ଦ୍ଧନା ପାଇଁ ଅଗ୍ନିଶମ ବିଭାଗ ଅଧିକାରୀମାନେ ଅଞ୍ଚଳବାସୀନ୍ଦାଙ୍କୁ ପ୍ରଶଂସା କରିଛନ୍ତି । ଏହି କାର୍ଯ୍ୟରେ ଗ୍ରାମବାସୀଙ୍କ ପକ୍ଷରୁ ସିଏଚ୍ ରାମୁକ୍ରିଷ୍ଣା ରେଡ୍ଡୀ, ସିଏଚ୍ ଗୁରୁନନ୍ଦନ ରେଡ୍ଡୀ, ଜଗନ୍ନାଥ ସାହୁ, କୁରେଶ ରେଡ୍ଡୀ, ପ୍ରକାଶ ସାହୁ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଇ.ଡିଲେଶ ରେଡ୍ଡୀ, ଜଗନ୍ନାଥ ରେଡ୍ଡୀ, କମଳ ରାଓ, ବିବେକ ରେଡ୍ଡୀ, ଆନନ୍ଦ ପାତ୍ର, ଲକ୍ଷ୍ମୀ ବେହେରାଙ୍କ ସମେତ ଗ୍ରାମର ବହୁ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking