ସୁନ୍ଦରଗଡ଼ : ଜିଲ୍ଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି କଟକଣା ଆସନ୍ତା ୨୨ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ରହିବ ।ପ୍ରଥମେ ଗତ ୧୨ ତାରିଖରେ ୪୮ଘଣ୍ଟା ଲାଗି ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା l ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯିବା ଫଳରେ ଆଜି ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା । ପୁଣି ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯିବା ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା l ପରେ ଆଉ ୪୮ ଘଣ୍ଟା ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରହିଥିଲା l
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, 3 ଗିରଫ
ସୁନ୍ଦରଗଡ : ବଣେଇ ଉପଖଣ୍ଡ କୋଇଡା ଥାନା ଅନ୍ତର୍ଗତ କ୍ରିଆକୁଦ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ 3 ଜଣ ଗିରଫ ହୋଇଥିବା ଜଣାପଡିଛି । କ୍ରିଆକୁଦ ଗ୍ରାମରେ ଜଣେ ଯୁବତୀ ତାଙ୍କ ଦିବ୍ୟାଙ୍ଗ ମାଙ୍କ ସହ ଘରେ ଶୋଇଥିଲେ । ସେହି ସମୟରେ ୩ ଜଣ ଯୁବକ ପାପୁନ ବାରିକ, ବିଜୁ ବାରିକ , ଦୁର୍ଗା ମହାକୁଡ ତାଙ୍କ ଘରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ 2 ଜଣ ଘର ବାହାରେ ଜଗିଥିବା ବେଳେ ଜଣେ ଘର ଭିତରକୁ ଯାଇ ଯୁବତୀ ଜଣଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ।