ଅନେକ ଯୋଜନାରେ କେନ୍ଦ୍ର ଦେଇଥିବା ଅନୁଦାନର ମାତ୍ର ୪ ରୁ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି
ରାଜ୍ୟସରକାର
କୃଷକ ମାନଙ୍କ ହିତ ପାଇଁ ମୋଦି ସରକାରଙ୍କ ବଜେଟରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି
ଉନ୍ନତ ମାନର ପ୍ରଦର୍ଶନ କରୁଥିବା ରାଜ୍ୟ ମାନେ କେନ୍ଦ୍ରୀୟ ଯୋଜନା ଲାଭ ନେବାରେ ଆଗରେ
ରହିବେ
ଯଦି ରାଜ୍ୟସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର ସରକାର ପୂର୍ଣ୍ଣ ସହାୟତା ଦେବା
ପାଇଁ ପ୍ରସ୍ତୁତ ଅଛନ୍ତି
ଟ୍ୟାକ୍ସ ସମ୍ବନ୍ଧୀୟ ଭଷ୍ଟ୍ରାଚାରକୁ ମୁକ୍ତ କରିବା ପାଇଁ ଫେସ ଲେସ ଟାକ୍ସ ଆସେସମେଂଟ ଏବଂ ଫେସ
ଲେସ ଟ୍ୟାକ୍ସ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି
ଭାରତରେ ଟିବି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି
ଭୁବନେଶ୍ୱର : ଚଳିତବର୍ଷର କେନ୍ଦ୍ରୀୟ ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା,
ଯୁବକ,ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ । ବିଶେଷଭାବରେ ଓଡିଶା ଭଳି ରାଜ୍ୟରେ
ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନ ଏହି ବଜେଟରୁ ସବୁଠୁ ବେଶୀ ଲାଭ ପାଇପାରିବେ । ପ୍ରତି କ୍ଷେତ୍ରରେ ଭଲ ପ୍ରଦର୍ଶନ
କରିଥିବା ରାଜ୍ୟ ଗୁଡିକ ପାଇଁ କେନ୍ଦ୍ର ସରକାରଙ୍କ ଚଳିତ ବଜେଟ ବରଦାନ ସଦୃଶ୍ୟ । ସମସ୍ତ ରାଜ୍ୟ ସରକାର ଏହି ଦିଗରେ କାର୍ଯ୍ୟ
କରି କେନ୍ଦ୍ର ବଜେଟର ଲାଭ ଉଠାଇ ପାରିବେ । ଓଡିଶା ସରକାର କେନ୍ଦ୍ରୀୟ ଯୋଜନାରେ ସାମିଲ ହେବା ପାଇଁ ଆବଶ୍ୟକୀୟ ପ୍ରସ୍ତାବ
ପଠାଉ ନାହାଁନ୍ତି କି କେନ୍ଦ୍ରୀୟ ଅନୁଦାନକୁ ସଠିକ ଭାବରେ ଖର୍ଚ୍ଚ କରିପାରୁ ନାହାଁନ୍ତି । ରାଜ୍ୟସରକାର ଅନେକ ଯୋଜନାରେ କେନ୍ଦ୍ର
ଦେଇଥିବା ଅନୁଦାନର ମାତ୍ର ୪ ରୁ ୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । ଚଳିତବର୍ଷ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ, କେନ୍ଦ୍ରୀୟ
ଅନୁଦାନ ଏବଂ ରେଳ ବିକାଶ ପାଇଁ ୭୩,୫୯୬ କୋଟି ଟଙ୍କାର ଅନୁଦାନ ଓଡିଶାକୁ ମିଳିବାକୁ ଯାଉଛି । ରାଜ୍ୟର ବିକାଶ ପାଇଁ
ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିତ ଉଦ୍ୟମରେ କାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି । କିନ୍ତୁ କେନ୍ଦ୍ରୀୟ
ଅନୁଦାନ ଖର୍ଚ୍ଚ କରିନପାରି ରାଜ୍ୟସରକାର ସବୁବେଳେ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି
ରାଷ୍ଟ୍ରୀୟ ସାଧାରଣ ସଂପାଦକ ଶ୍ରୀ ରାମ ମାଧବ ଅଭିଯୋଗ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଧବ କହିଛନ୍ତି ଯେ, ଚଳିତ କେନ୍ଦ୍ରୀୟ ବଜେଟରେ ପଛୁଆ
ବର୍ଗଙ୍କୁ ସହାୟତା ଦେବା ଏବଂ ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆଣିଛନ୍ତି । ଆଗାମୀ
ଦିନରେ ଦେଶର ବିଭିନ୍ନ କ୍ଷେତ୍ରରେ ଭିତିଭୂମି ସୁଦୃଢ କରିବା ଏବଂ ଜଳ ସଂଶାଧନ କ୍ଷେତ୍ରରେ ଚଳିତ ବଜେଟରେ ଅଧିକ ପୁଂଜି
ନିବେଶ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ କୃଷକ ମାନଙ୍କ ହିତ ପାଇଁ ମୋଦି ସରକାରଙ୍କ ଏହି ବଜେଟରେ ବିଶେଷ
ପ୍ରାଧାନ୍ୟ ଦିଆଯାଇଛି । ଚାଷୀଙ୍କ ଫସଲକୁ ମାର୍କେଟରେ ପହଂଚାଇବା ପାଇଁ କିଷାନ ରେଲ ଏବଂ କିଷାନ ଉଡାନର ବ୍ୟବସ୍ଥା ଆରମ୍ଭ
ହୋଇଛି । କେନ୍ଦ୍ର ସରକାର ଷ୍ଟାର୍ଟ ଅର୍ପ ପ୍ରୋଗ୍ରାମକୁ ପୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା କ୍ଷେତ୍ରରେ
ବିଦେଶ ପୁଂଜି ନିବେଶ କରିବା ପାଇଁ ନିଷ୍ପତି ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ହେବାରେ ସହାୟକ
ହେବ ।
ଉନ୍ନତ ମାନର ପ୍ରଦର୍ଶନ କରୁଥିବା ରାଜ୍ୟ ମାନେ କେନ୍ଦ୍ରୀୟ ଯୋଜନା ଲାଭ ନେବାରେ ଆଗରେ ରହିବେ । ମତ୍ସ୍ୟ
ଉତ୍ପାଦନ, ସୋଲାର କ୍ଷେତ୍ରରେ, ଜଳ ସଂଶାଧନ କ୍ଷେତ୍ରରେ ବଜେଟ ପ୍ରାବଧାନ ରହିଛି । ଜଳ ସଂଶାଧନ କ୍ଷେତ୍ରରେ ୩.୫ ଲକ୍ଷ କୋଟି
ରହିଛି । ଓଡିଶାର ବିଭିନ୍ନ ଜିଲ୍ଲାରେ ପାଣିର ସମସ୍ୟା ରହିଛି । ଯଦି ରାଜ୍ୟସରକାର କିଛି ଭଲ ପ୍ରୋଜେକ୍ଟ ଆଣନ୍ତି ତେବେ କେନ୍ଦ୍ର
ସରକାର ପୂର୍ଣ୍ଣ ସହାୟତା ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଶ୍ରୀ ମାଧବ କହିଛନ୍ତି ।
ଚାଷ ପାଇଁ କୁସୁମ ଯୋଜନାରେ ଚାଷୀଙ୍କୁ ସୌର ଚାଳିତ ପମ୍ପ ଯୋଗାଇ ଦିଆଯିବ । ଏହାର ଫାଇଦା ଓଡିଶା ସରକାର
ଉଠାଇ ପାରିବେ । ୨୦୦ ଲକ୍ଷ କୋଟି ମତ୍ସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି । ଓଡିଶା ପାଇଁ ମଧ୍ୟ ଏହା ଏକ ବଡ ଲାଭକାରୀ
ହୋଇ ପାରିବ । ଚଳିତ ବଜେଟରେ ଯୁବପିଢୀଙ୍କ ପାଇଁ ଷ୍ଟାର୍ଟ ଅପ, ଶିକ୍ଷା, ମତ୍ସ୍ୟ ଉତ୍ପାଦନ, ଭିତିଭୂମି ବିକାଶ ଦିଗରେ ପୁଂଜି ନିବେଶ
କରାଯିବ । ଆଗାମୀ ୫ ବର୍ଷ ମଧ୍ୟରେ ଭିତିଭୂମି କ୍ଷେତ୍ରରେ ସାରା ଦେଶରେ ୧୦୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବ ।
ଦେଶରେ ୧୦୦ଟି ନୂଆ ବିମାନବନ୍ଦରର କାର୍ଯ୍ୟ କରାଯିବ । ଦେଶର ପ୍ରତ୍ନତତ୍ୱ ବିଭାଗର ବିକାଶ ପାଇଁ ଶିକ୍ଷା ସଂସ୍ଥାନ ଖୋଲା ଯିବ,
ଏହାର ଫାଇଦା ମଧ୍ୟ ଓଡିଶା ରାଜ୍ୟସରକାର ନେଇ ପାରିବେ ବୋଲି ଶ୍ରୀ ମାଧବ କହିଛନ୍ତି ।
ଟିକସ ଦାତାଙ୍କ ପାଇଁ କେନ୍ଦ୍ର ସରକାର ୧୫ଲକ୍ଷ ପର୍ଯ୍ୟନ୍ତ ଟିକସ ଢାଂଚାକୁ ସରଳ କରାଯାଇଛି । ଏହା ଦ୍ୱାରା ମଧ୍ୟମ ବର୍ଗର
ଲୋକଙ୍କୁ ବଡ ଫାଇଦା ମିଳିପାରିବ । ଟ୍ୟାକ୍ସ ସମ୍ବନ୍ଧୀୟ ଭଷ୍ଟ୍ରାଚାରକୁ ମୁକ୍ତ କରିବା ପାଇଁ ଫେସ ଲେସ ଟାକ୍ସ ଆସେସମେଂଟ ଏବଂ
ଫେସ ଲେସ ଟ୍ୟାକ୍ସ ଅପିଲ ବ୍ୟବସ୍ଥା ଲାଗୁ କରାଯାଇଛି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତରେ ଟିବି ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆୟୁଷ୍ମାନ
ଯୋଜନାର ଫାଇଦା ଓଡିଶାବାସୀ ଉଠାଇ ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦେଶରେ ୨୦ ହଜାରରୁ ଉର୍ଦ୍ଧ୍ୱ ମେଡିକାଲକୁ ଆୟୁଷ୍ମାନ
ଭାରତ ମାଧ୍ୟମରେ ଯୋଡାଯାଇଛି । ଓଡିଶାରେ ୬୦ ପ୍ରତିଶତରୁ ଉର୍ଦ୍ଧ୍ୱ ପଛୁଆ ବର୍ଗ ଲୋକ ବସବାସ କରୁଛନ୍ତି । ଏହି ଆୟୁଷ୍ମାନ ଭାରତ
ଯୋଜନା ଲାଗୁ ହୋଇଥିଲେ ସେମାନଙ୍କୁ ବଡ ଫାଇଦା ମିଳି ପାରିଥାନ୍ତା । ଆୟୁଷ୍ମାନ ଯୋଜନା ପାଇଁ ଭାରତ ସରକାର ୭୦ ହଜାର
କୋଟିର ପ୍ରବାଧାନ ରଖିଛନ୍ତି । କିନ୍ତୁ ରାଜ୍ୟସରକାର ଏଠି ଏହି ଯୋଜନାକୁ ଲାଗୁ କରୁନାହାଁନ୍ତି । ପ୍ରତି ଜିଲ୍ଲା ହସ୍ପିଟାଲକୁ ମେଡିକାଲ
କଲେଜ ସହ ଯୋଡିବାର ଯୋଜନା ଅଣାଯାଇଛି । ଓଡିଶା ଶିକ୍ଷିତ ଯୁବକମାନେ ଏହାର ଫାଇଦା ଉଠାଇ ପାରିବେ ବୋଲି ଶ୍ରୀ ମାଧବ
କହିଛନ୍ତି ।
ଚଳିତ ବଜେଟରେ ଟେକ୍ନୋଲେଜିକୁ ଭାରତରେ ଆଗକୁ ନେବାର ପ୍ରୟାସ କରାଯାଇଛି । ଭାରତ ନେଟ ଅନ୍ତର୍ଗତ ୧ ଲକ୍ଷ
ଗାଁକୁ ଇଂଟରନେଟ ସହ ଯୋଡିବାର ବ୍ୟବସ୍ଥା କରାଯାଇଛି । ଆର୍ଟିଫିସିଆଲସ ଇଂଟେଲିଜେଂସ କ୍ଷେତ୍ରରେ ୮ ହଜାର କୋଟିର ବ୍ୟବସ୍ଥା
ରହିଛି । ଦେଶରେ ବିକାଶକୁ ପ୍ରଧାନ୍ୟ ଦେଇ ନିଉ ଇଣ୍ଡିଆ ଦିଗରେ କାର୍ଯ୍ୟକରିବା କେଦ୍ର ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି । କୃଷି
କ୍ଷେତ୍ରରେ ୪୪ ପ୍ରତିଶତ ନିଯୁକ୍ତିର ସୁଯୋଗ ରହିଛି । ଏମଏସଏମଇ କ୍ଷେତ୍ରରେ ମଧ୍ୟ ଅନେକ ପ୍ରୋଜେକ୍ଟ ଅଣାଯାଇଛି । ଭିତିଭୂମି
କ୍ଷେତ୍ରରେ ୧ ଲକ୍ଷ କୋଟି ଟଙ୍କାର ନିବେଶ କରିବାର ଲକ୍ଷ୍ୟ ରହିଛି । ଏହା ଦ୍ୱାରା ଦେଶର ଗ୍ରାମୀଣ ଅର୍ଥ ବ୍ୟବସ୍ଥା ସୁଦୃଢ ହୋଇ
ପାରିବ ବୋଲି ଶ୍ରୀ ମାଧବ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଏବଂ ଗଣମାଧ୍ୟମ ବିବାଗ ମୁଖ୍ୟ ଓ ରାଜ୍ୟ
ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।