29.1 C
Bhubaneswar
Wednesday, June 26, 2024
Homeଓଡିଶାଭୁବନେଶ୍ୱରରେ କମିଲା କରୋନା ସଂକ୍ରମଣ, ଆଜି ମାତ୍ର ୯୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱରରେ କମିଲା କରୋନା ସଂକ୍ରମଣ, ଆଜି ମାତ୍ର ୯୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୧ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୫୪ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱରରେ କରୋନା ପଜିଟିଭଙ୍କ ସଂଖ୍ୟା ୨୮ ହଜାର ୯୮୫ କୁ ବୃଦ୍ଧି ପାଇଛି । ମୋଟ ୨୮ ହଜାର ୯୮୫ପଜିଟିଭ ମଧ୍ୟରୁ ୧୬୨ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ୨୭ ହଜାର ୦୮୦ ଜଣ ସୁସ୍ଥ ଓ ୧୭୨୨ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking