18.1 C
Bhubaneswar
Saturday, November 23, 2024
Homeଓଡିଶାରାଜ୍ୟରେ ୯୨ ହଜାର ଶିଶୁ ଶ୍ରମିକ

ରାଜ୍ୟରେ ୯୨ ହଜାର ଶିଶୁ ଶ୍ରମିକ

ଭୁବନେଶ୍ୱର : ରାଜ୍ୟର ଶିଶୁ ଶ୍ରମିକ ଓ କୋଭିଡରେ ବାପା ମ।ଙ୍କୁ ହରାଇଥିବା ପିଲା ପ୍ରସଙ୍ଗ । ବିଧାୟକ ଧ୍ରୁବ ସାହୁଙ୍କ ପ୍ରଶ୍ମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଲିଖିତ ଉତ୍ତର । ୨୦୧୧ ଜନଗଣନା ଅନୁସାରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭ । କୋଭିଡରେ ବାପା ମାଆଙ୍କୁ ହରାଇ ଶ୍ରମିକ ହୋଇଥିବା ପିଲାଙ୍କ ତଥ୍ୟ ମିଳିନି । ୯୮୮ ପିଲା ବାପା ମାଆଙ୍କୁ , ୪୨୨୭୪ ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଛନ୍ତି । ଏହି ପିଲାମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି । ଶିଶୁ ଶ୍ରମିକ ନିଷେଧ ନିମନ୍ତେ ରାଜ୍ୟ ସରକାର ଅନ୍ୟ ବିଭାଗ ମାନଙ୍କର ସମନ୍ଵୟରେ ଏକ ଷ୍ଟେଟ୍ ଆକ୍ସନ ପ୍ଲାନ ଫର ଏଲିମିନେସନ ଅଫ୍ ଚାଇଲ୍ଡ ଲେବର କାର‌୍ୟ୍ୟକାରୀ କରୁଛନ୍ତି। ବିଭିନ୍ନ ଶିଶୁ ସୁରକ୍ଷା ସେବା ଯଥା ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ, ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡ, ଶିଶୁ ଯତ୍ନ ଅନୁଷ୍ଠାନ, ୧୦୯୮ ଚାଇଲ୍ଡ ଲାଇନ୍, ସ୍ଵତନ୍ତ୍ର କିଶୋର ପୋଲିସ ୟୁନିଟ୍, ଜିଲ୍ଲା-ବ୍ଲକ-ଗ୍ରାମପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଜରିଆରେ ଏପରି ଶିଶୁଙ୍କୁ ଚିହ୍ନଟ କରାଯାଇ ସୁରକ୍ଷା ବନ୍ଦୋବସ୍ତ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking