27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମଣିପୁର ଗଲେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ

ମଣିପୁର ଗଲେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ

ଇମ୍ଫାଲ: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ହିଂସା ଥମିବାର ନାଁ ନେଉନାହିଁ। ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ର ସରକାର ଆଉ ୧୦,୮୦୦ ଜଣ ସୁରକ୍ଷାକର୍ମୀ (୯୦ କମ୍ପାନୀ ଫୋର୍ସ) ଙ୍କୁ ମିଆଁମାର ସୀମାକୁ ଲାଗିଥିବା ମଣିପୁର ପଠାଇଛନ୍ତି। ଏହାକୁ ମିଶାଇ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ କମ୍ପାନୀ ସଂଖ୍ୟା ୨୮୮ରେ ପହଞ୍ଚିଛି। ପ୍ରକାଶ, ୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

ତଥାପି ସ୍ଥିତିରେ ସୁଧାର ଆସିବା ବଦଳରେ ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି। ଇତି ମଧ୍ୟରେ ଅଧିକାଂଶ କମ୍ପାନୀ ଇମ୍ଫାଲ ପହଞ୍ଚି ସାରିଲେଣି। ପ୍ରକାଶ ଗତ ଶନିବାର (୧୬ ତାରିଖ) ଠାରୁ ମଣିପୁରରେ ହିଂସା ଭୟଙ୍କର ରୂପ ଧାରଣ କରିଛି। ଜିରିବାମ ଜିଲ୍ଲାରୁ ଉଗ୍ରବାଦୀମାନେ ଅପହରଣ କରି ନେଇଥିବା ଗୋଟିଏ ପରିବାରର ୬ ଜଣଙ୍କ (୩ ମହିଳା ଓ ୩ ଶିଶୁ) ମୃତଦେହ ମିଳିବା ପରେ ସ୍ଥିତି ବେକାବୁ ହେବାରେ ଲାଗିଛି। ହିଂସା କ୍ଷତିଗ୍ରସ୍ତ ମଣିପୁରର ପଶ୍ଚିମ ଇମ୍ଫାଲ ଓ ପୂର୍ବ ଇମ୍ଫାଲରେ କର୍ଫ୍ୟୁ ଲାଗୁ ହୋଇଛି। ୭ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking