26.1 C
Bhubaneswar
Tuesday, March 3, 2026
Homeଅପରାଧ୮୫ ବର୍ଷୀୟା ବୃଦ୍ଧାଙ୍କୁ ୩୫ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମ; ଚାଲିଗଲା ବୃଦ୍ଧାଙ୍କ ଜୀବନ

୮୫ ବର୍ଷୀୟା ବୃଦ୍ଧାଙ୍କୁ ୩୫ ବର୍ଷୀୟ ଯୁବକଙ୍କ ଦୁଷ୍କର୍ମ; ଚାଲିଗଲା ବୃଦ୍ଧାଙ୍କ ଜୀବନ

ଉତ୍ତରପ୍ରଦେଶ : ୮୫ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କଲା ୩୫ ବର୍ଷୀୟ ଯୁବକ। ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ବରେଲିରେ ଘଟିଛି। ସ୍ୱାମୀ ଓ ପୁଅଙ୍କ ମୃତ୍ୟୁ ପରେ ବୃଦ୍ଧାଜଣକ ଏକା ରହୁଥିଲେ। ପାଖରେ ଥିବା ତାଙ୍କ ଭାଇ, ଭାଉଜ ଓ ତାଙ୍କ ବୋହୂ ବୃଦ୍ଧାଙ୍କ ଦେଖାଶୁଣା କରୁଥିଲେ। ବୃଦ୍ଧାଙ୍କ ପଡ଼ୋଶୀ ଭାବେ ୩୫ ବର୍ଷୀୟ ରାକେଶ ରହୁଥିବା ବେଳେ ସେ ସବୁବେଳେ ନିଶାସକ୍ତ ରହୁଥିଲେ। ଘଟଣା ଦିନ ବୃଦ୍ଧା ନିଜ ଘରେ ଏକୁଟିଆ ଥିବା ବେଳେ ରାକେଶ ସେଠାରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଉକ୍ତ ସମୟରେ ବୃଦ୍ଧାଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚିବାରୁ ରାକେଶ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ବୃଦ୍ଧାଙ୍କ ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାକେଶଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking