ଭୁବନେଶ୍ୱର : ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁ । ସେ କହିଛନ୍ତି, ରାଜ୍ୟର ମୋଟ ଗ୍ରାମ୍ୟ ସଂଖ୍ୟା କେତେ ଓ ସେସବୁକୁ କେତୋଟି ସବୁଦିନିଆ ପିଚୁ ରାସ୍ତା ରହିଛି ଏବଂ କେତୋଟିକୁ ଏହି ସଂଯୋଗ ନାହିଁ । ବିଧାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟର ୮୩୦୦ ଗାଁକୁ ନାହିଁ ସବୁ ଦିନିଆ ପକ୍କା ରାସ୍ତା । ରାଜ୍ୟରେ ମୋଟ ୫୯,୯୭୧ ଗାଁ ଥିବା ବେଳେ ସେଥିରୁ ୫୧,୬୭୧ ଗାଁକୁ ସବୁ ଦିନିଆ ରାସ୍ତା ସଂଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ମଞ୍ଜୁର ହୋଇଥିବା ଅସଂଯୋଜିତ ୧୨୨୬ଟି ଗାଁ ମଧ୍ୟରୁ ୧୨୨୬ ଗାଁକୁ ପିଚୁ ବା ପକ୍କା ରାସ୍ତା ଦ୍ଵାରା ରାସ୍ତା ସଂଯୋଗ ହୋଇଛି । ଅବଶିଷ୍ଟ ୩ଟି ଗାଁକୁ ରାସ୍ତା ସଂଯୋଗ କାମ ଚାଲୁଛି ।