18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶହକି ବିଶ୍ୱକପ୍‌ରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା,କ୍ୟାପିଟାଲ ହସ୍ପିଟାଲରେ ୮୦ ଶଯ୍ୟା ସଂରକ୍ଷିତ

ହକି ବିଶ୍ୱକପ୍‌ରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା,କ୍ୟାପିଟାଲ ହସ୍ପିଟାଲରେ ୮୦ ଶଯ୍ୟା ସଂରକ୍ଷିତ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଦେଶବିଦେଶରୁ ହଜାର ହଜାର ଦର୍ଶକ ଭୁବନେଶ୍ୱର ଆସିବେ। କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳ ଦେଖିବା ପାଇଁ ରୁଣ୍ଡ ହେବେ । ଏପରି ସମୟରେ ଦର୍ଶକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିପାରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲ୍ କାନ୍ଧରେ ଚିକିତ୍ସା ଦାୟିତ୍ୱ ଦିଆଯାଇଛି । ଏଠାରେ ଥିବା ସବୁ ହସ୍ପିଟାଲରେ ୮୦ ଲେଖାଏ ଶଯ୍ୟା ସଂରକ୍ଷଣ କରି ରଖାଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୫୦, ସ୍ଥିତ ୟୁନିଟ୍‌-୪ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦ ଓ ପଟିଆ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦ଟି ଶଯ୍ୟା ସଂରକ୍ଷିତ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ରଣନୀତ ପ୍ରସ୍ତୁତ କରିଛି ।

ଦାୟିତ୍ୱରେ ଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ରାଜଧାନୀରେ ହକି ପାଇଁ ଜନସାଧାରଣଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଛି । ତିନି ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୦ ଶଯ୍ୟା ସଂରକ୍ଷଣ ହୋଇଛି । କ୍ୟାପିଟାଲ ହସ୍ପିଟାଲ ପାଇଁ ୪ଜଣ ଡାକ୍ତର ଓ ୪ଜଣ ପରାମାମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ସ୍ୱତନ୍ତ୍ର ଭାବେ ୫ ଆମ୍ବୁଲାନ୍ସ ସ୍ୱତନ୍ତ୍ର ଭାବେ ନିୟୋଜିତ ହୋଇଛି । ହସ୍ପିଟାଲରେ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରହିଛି । ଆଉ ଖେଳାଳିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ଆପୋଲୋ ହସ୍ପିଟାଲ୍‌ରେ ବ୍ୟବସ୍ଥା ହୋଇଛି । ଏହାବ୍ୟତୀତ କରୋନା ନମୁନା ସଂଗ୍ରହ ପାଇଁ ୱାକ୍ ଇନ୍ ଟେଷ୍ଟିଂ ଫେସିଲିଟି କେନ୍ଦ୍ର ଖୋଲାଯିବ । ସେଠାରେ ଆଣ୍ଟିଜେନ୍‌, ଆରଟି-ପିସିଆର ପଦ୍ଧତ୍ତିରେ ସ୍ୱାବ୍ ସଂଗ୍ରହ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking