26.1 C
Bhubaneswar
Saturday, October 19, 2024
Homeଅପରାଧ୮ବର୍ଷର ଶିଶୁକୁ ଦୁଷ୍କର୍ମ ଆଉ ତାପରେ....

୮ବର୍ଷର ଶିଶୁକୁ ଦୁଷ୍କର୍ମ ଆଉ ତାପରେ….

ଜୟପୁର: ରାଜସ୍ଥାନ ଉଦୟପୁରରେ କୁନି ଝିଅକୁ ଦୁଷ୍କର୍ମ ହତ୍ୟା ଘଟଣା । ଏହି ମାମଲାରେ ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ଅଭିଯୁକ୍ତର ପିତାମାତାଙ୍କୁ ଗିରଫ କରିଥିବା ବେଳେ ଏଯାବତ ପୀଡ଼ିତାର ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଗତ ଶନିବାର ଶିଶୁକୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ମୃତଦେହକୁ ୧୦ ଖଣ୍ଡ କରିଥିଲା ଅଭିଯୁକ୍ତ ।

ଉଦୟପୁର ଏସପି ବିକାଶ ଶର୍ମାଙ୍କ ସୂଚନା ଅନୁସାରେ ପୀଡ଼ିତାର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢାଇବ । ଅଭିଯୁକ୍ତର ପିତାମାତାକୁ ଗିରଫ କରାଯାଇଥିବା ବେଳେ ଆଜି ଅପରାହ୍ନରେ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତକୁ ପୀଡ଼ିତା ଚିହ୍ନିଥିବା ବେଳେ ଭାଇ ବୋଲି ସମ୍ବୋଧନ କରୁଥିଲା । ଅଭିଯୋଗ ଅନୁସାରେ ଅଭିଯୁକ୍ତ ଜଣକ ପ୍ରଥମେ ନାବାଳିକାକୁ ହତ୍ୟା କରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲା । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କହିଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking