28.1 C
Bhubaneswar
Wednesday, July 3, 2024
Homeଓଡିଶାଅଂଶୁଘାତରେ ୮ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଅଂଶୁଘାତରେ ୮ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜ୍ୟରେ ତାତି ବଢିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଅନୁଗୁଳରୁ ୫ ଜଣ, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏଁ ଅଛନ୍ତି । ଏଯାଏଁ ଅଂଶୁଘାତରେ କାହାରି ମୃତ୍ୟୁ ହୋଇନି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଂଶୁଘାତଜନିତ ଚିକିତ୍ସା ପାଇଁ ସତର୍କ ରହିବାକୁ ସବୁ ଡାକ୍ତରଖାନାକୁ କୁହାଯାଇଛି ।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ କୁହାଯାଇଛି । ଜିଲ୍ଲା ହସ୍ପିଟାଲ ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକୀୟ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକସର ଶିକାର ହେଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ଅଛନ୍ତି ହସ୍ପିଟାଲ । ଜିଭ ଶୁଖିଯିବ,ବାନ୍ତି ଲାଗିବ,ବିପି କମିବା,ଦେହ ହାତ ଘୋଳା ବିନ୍ଧା, ଗମଗମ ଝାଳ ବୋହିବ ଏସବୁ ଅଂଶୁଘାତର ଲକ୍ଷଣ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking