28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶବାଲି ବୋଝେଇ ଟ୍ରକ୍‌ ଓଲଟି ଗୋଟିଏ ପରିବାରର ୮ ଜଣ ମୃତ

ବାଲି ବୋଝେଇ ଟ୍ରକ୍‌ ଓଲଟି ଗୋଟିଏ ପରିବାରର ୮ ଜଣ ମୃତ

ଉତ୍ତରପ୍ରଦେଶ : ବାଲି ବୋଝେଇ ଟ୍ରକ୍‌ ଓଲଟି ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ଘଟିଛି । ବାଲି ବୋଝେଇ ଟ୍ରକ୍ ରାସ୍ତା କଡ଼ରେ ଥିବା ଏକ କୁଡ଼ିଆ ଘର ଉପକୁ ଓଲଟି ପଡ଼ିଥିଲା ଯାହା ଫଳରେ ଗୋଟିଏ ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଛି। ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ହରଦୋଇ ଅଞ୍ଚଳରେ ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ହରଦୋଇ ମଲ୍ଲାମ୍ବା ଥାନା ଅଞ୍ଚଳରେ ଆଜି ଭୋରୁ ଏହି ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଥିବା ଏକ କୁଡ଼ିଆ ଘରେ ଗୋଟିଏ ପରିବାରର ୮ ଜଣ ଲୋକ ଶୋଇଥିବା ବେଳେ ଦ୍ରୁତ ଗତିରେ ଆସି ଏକ ବାଲି ବୋଝେଇ ଟ୍ରକ୍‌ ସେମାନଙ୍କ ଉପରେ ଓଲଟି ପଡିଛି। ଏଥିରେ ସମସ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ, ଦୁଇ ମହିଳା ଏବଂ ଚାରି ଜଣ ଶିଶୁ ଅଛନ୍ତି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ପୁଲିସ ଜେସିବି ଓ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରକ୍‌ ତଳେ ବାଲି ଭିତରେ ଦବି ରହିଥିବା ମୃତଦେହ ଗୁଡ଼ିକୁ ବାହାକୁ ବାହାର କରିଛି। ଏହି ଦୁର୍ଘଟଣାରେ ଏକ ଛୋଟ ପିଲା ଆହତ ହୋଇଛି। ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking