25.1 C
Bhubaneswar
Thursday, March 19, 2026
Homeଦେଶ ବିଦେଶମନ୍ଦିର କାନ୍ଥ ତଳେ ଚାପି ହୋଇ ୮ ମୃତ

ମନ୍ଦିର କାନ୍ଥ ତଳେ ଚାପି ହୋଇ ୮ ମୃତ

ଅମରାବତି: ଆନ୍ଧ୍ରପ୍ରଦେଶର ସୀମାଞ୍ଚଳସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିର ପରିସରରେ ଥିବା ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ତା’ ତଳେ ଚାପ ହୋଇ ୮ଜଣଙ୍କ ଜୀବନ ଯାଇଛି। ମନ୍ଦିରରେ ଚନ୍ଦନ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଠାକୁରଙ୍କୁ ଦର୍ଶନ ପାଇଁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ତଳେ ଚାପି ହୋଇ ୮ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି। ଏଥିରେ ଏକାଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ମନ୍ଦିର କାନ୍ଥ ଭୁଶୁଡ଼ିବା ଖବର ପାଇ ଏନ୍‌ଡିଆରଏଫ, ପୁଲିସ, ଅଗ୍ନିଶମ ବିଭାଗ ଯବାନ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ କରିଥିଲେ। ଆନ୍ଧ୍ରପ୍ରଦେଶ ଗୃହ ମନ୍ତ୍ରୀ, ସ୍ଥାନୀୟ ଜିଲାପାଳ ଓ ପୁଲିସ କମିସନର ଘଟଣାସ୍ଥଳକୁ ଯାଇ ସ୍ଥିତି ତଦାରଖ କରିଥିଲେ।

ବୁଧବାର ସକାଳେ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ମନ୍ଦିରର କାନ୍ଥ ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିବାରୁ ଏହି ଅଘଟଣ ହୋଇଥିବା ଚର୍ଚ୍ଚା ହେଉଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତା ଦେଇ ଶୋକବ୍ୟକ୍ତ କରିଛନ୍ତି। ପ୍ରତି ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଘୋଷଣା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଏହି ଘଟଣାରେ ଦୁଃଖପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ନିମନ୍ତେ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ନେଇ ଘୋଷଣା କରିଛନ୍ତି। ଘଟଣାର ତଦନ୍ତ ପାଇଁ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking