17.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶ୨୪ ଘଣ୍ଟାରେ ୭୬୧ ଆକ୍ରାନ୍ତ, ୧୨ମୃତ

୨୪ ଘଣ୍ଟାରେ ୭୬୧ ଆକ୍ରାନ୍ତ, ୧୨ମୃତ

ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ୍ ୭୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨ଜଣଙ୍କ ପ୍ରାଣହାନୀ ଘଟିଛି । ଅନ୍ୟପକ୍ଷେ ଦେଶରେ କରୋନାର ନୂଆ ଭାରିଆଣ୍ଟ ଜେଏନ୍‌.୧ ଜନିତ ସଂକ୍ରମଣ ସଂଖ୍ୟା ମଧ୍ୟ ୫୪୧କୁ ବୃଦ୍ଧି ପାଇଛି । କର୍ଣ୍ଣାଟକ ଏବଂ କେରଳରୁ ସର୍ବାଧିକ ଜେଏନ୍‌.୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଅନୁସାରେ ଜାନୁଆରୀ ୩ ତାରିଖ ସୁଦ୍ଧା ଏହି ଭୂତାଣୁ ଦେଶର ୧୧ ରାଜ୍ୟକୁ ସମ୍ପ୍ରସାରିତ ହୋଇଛି ।

କେରଳରୁ ୧୪୮, ଗୋଆରୁ ୪୭ ଗୁଜରାଟରୁ ୩୬, ମହାରାଷ୍ଟ୍ରରୁ ୩୨, ଦିଲ୍ଲୀରୁ ୧୫, କର୍ଣ୍ଣାଟକରୁ ୧୯୯, ରାଜସ୍ଥାନରୁ ୪, ତେଲେଙ୍ଗାନାରୁ ୨ ଏବଂ ଓଡ଼ିଶାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ସ୍ୱାସ୍ଥ୍ୟ ବିଭାଗର କହିବା ମୁତାବକ ପ୍ରତିବର୍ଷ ଶୀତଦିନେ ହିଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗେ । ତେଣୁ ଏହି ସମୟରେ ଲକ୍ଷଣକୁ ଚିହ୍ନିବା ଏବଂ ନିଜ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ । ଏନେଇ ବିଭାଗ ପୁରା ସଜାଗ ରହିଛି । ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking