25.9 C
Bhubaneswar
Tuesday, April 7, 2026
Homeଓଡିଶାସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ

ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ

ପୁରୀ : ତୀର୍ଥଯାତ୍ରୀ ଓ ଭକ୍ତଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥର ପଦକ୍ଷେପ । ସୁନାବେଶ ଓ ଅଧରପଣା ସମୟରେ ପୁରୀକୁ ଗଡ଼ିବ ୭୬ ସ୍ୱତନ୍ତ୍ର ଟ୍ରେନ ସୁନାବେଶ ପାଇଁ ୪୩ ଓ ଅଧରପଣା ପାଇଁ ୩୩ଟି ଟ୍ରେନ ପୁରୀକୁ ସହଜରେ ଆସିପାରିବେ । ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁ, ଭକ୍ତଙ୍କ ସୁବିଧା ପାଇଁ ୨୪ ଘଣ୍ଟିଆ କଂଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟେସନରେ ଅତିରିକ୍ତ ବୁକିଂ କାଉଣ୍ଟର ଖୋଲାଯାଇଛି। ପ୍ରଥମ ଥର ପାଇଁ ପୂର୍ବତଟ ରେଳପଥ ରାଜ୍ୟର ପ୍ରାୟ ସମସ୍ତ ଜିଲାରୁ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରି ଯାତ୍ରୀମାନଙ୍କୁ ତୀର୍ଥସ୍ଥାନ ପରିଦର୍ଶନ କରାଇବାରେ ସୁବିଧା ପ୍ରଦାନ କରିଛି। ପୂର୍ବତଟ ରେଳପଥ ରଥ ଯାତ୍ରା ପାଇଁ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ଘୋଷଣା କରିଥିଲା। ୫ରୁ ୧୫ ଜୁଲାଇ ମଧ୍ୟରେ ପୂର୍ବତଟ ରେଳପଥ ପୁରୀକୁ ଓ ପୁରୀଠାରୁ ଗୁଣ୍ଡିଚା ଯାତ୍ରାଠାରୁ ବାହୁଡା ଯାତ୍ରା ମଧ୍ୟରେ ୨୩୯ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇ ସାରିଛି। ସୁନାବେଶ ପାଇଁ ପୂର୍ବତଟ ରେଳପଥ ପାରାଦ୍ବୀପ, ଅନୁଗୋଳ, ଭଦ୍ରକ, ଜୁନାଗଡ଼ ରୋଡ୍, ଖୋର୍ଦ୍ଧା ରୋଡ୍, ଦଶପଲ୍ଲା, ସୋମପେଟା, ପଲାସା, କେନ୍ଦୁଝରଗଡ, ଗୁଣୁପୁର, ଜଗଦଲପୁର, ସୋନପୁର, ସମ୍ବଲପୁରରୁ ସ୍ୱତନ୍ତ୍ର ଟ୍ରେନ ଗୁଡିକ ପୁରୀକୁ ଚଳାଚଳ କରିବ। ସେହିଭଳି ପାରାଦ୍ବୀପ, ଅନୁଗୋଳ, ଭଦ୍ରକ, ଦଶପଲ୍ଲା, ପଲାସା, କେନ୍ଦୁଝରଗଡ ଏବଂ ଖୋର୍ଦ୍ଧା ରୋଡରୁ ଟ୍ରେନ୍ ଗୁଡିକ ଅଧରପଣା ପାଇଁ ପୁରୀ ଅଭିମୁଖେ ଯାତ୍ରା କରିବ। ଯାତ୍ରୀମାନଙ୍କର ଅତିରିକ୍ତ ଭିଡ ଦୂର କରିବା ପାଇଁ ପୂର୍ବତଟ ରେଳପଥ ଭଦ୍ରକ, ପାରାଦ୍ବୀପ, ଅନୁଗୋଳ, ପଲାସା, କେନ୍ଦୁଝରଗଡ଼, ଦଶପଲ୍ଲା, ବ୍ରହ୍ମପୁରକୁ ପୁରୀଠାରୁ ଓ ତା’ପରଦିନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ଯୋଜନା ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking