20.1 C
Bhubaneswar
Monday, November 25, 2024
Homeଓଡିଶାରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିନିଧି ଭାବରେ ଓଡ଼ିଶାରେ ରୋଜଗାର ମେଳାର ଚତୁର୍ଥ ପର‌୍ୟ୍ୟାୟର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୨୩୧ ଜଣ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପତ୍ର ବିତରଣ କଲି ।ଯୁବଶକ୍ତି ହେଉଛନ୍ତି ଦେଶର ସବୁଠାରୁ ବଡ ବଳ । ଆଜି ରେଳ, ଡାକ, ଅର୍ଥ ବିଭାଗ ସହ ଆଇଆଇଟି ଭୁବନେଶ୍ୱର, ଇଏସଆଇସି, ନାଲକୋ, ଟେଲିକମ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ୍, ଏନଟିପିସି, ଏମ୍ସ ଭୁବନେଶ୍ୱରରେ ଏବଂ ଜିଏସଆଇରେ ଯୁବକ ଯୁବତୀମାନେ କାମ କରିବାର ସୁଯୋଗ ପାଇବା ଆନନ୍ଦର ବିଷୟ ।ନୂତନ ଜନ ସେବକ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଘରେ ରହି ଅଧିକ ନିଯୁକ୍ତି ସୃଷ୍ଟି କରିବା ହେଉଛି ମୋଦି ସରକାରଙ୍କ ବଡ ଯୋଜନା । ଏହି ନିଯୁକ୍ତି ପତ୍ର ଏକ ସ୍ୱାଭିମାନର ପତ୍ର-ଆତ୍ମନିର୍ଭର ହେବାର ପତ୍ର । ଏହା ଦ୍ୱାରା ଅନେକଙ୍କ ଜୀବନ ପରିବର୍ତ୍ତନ ହେବ ।

ଦେଶରେ କେବଳ ସରକାରୀ ଚାକିରି ନୁହେଁ ବରଂ ରୋଜଗାରର ସୁଯୋଗ ବଢାଇବା ପାଇଁ ପ୍ରଧାନମନ୍ତ୍ରୀ ଚଳିତବର୍ଷ ବଜେଟରେ ୧୦ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଇଛନ୍ତି । ମୋଦି ସରକାରଙ୍କ ନୀତି କାରଣରୁ ଓଡ଼ିଶା ଖଣି ରାଜସ୍ୱ ଆକାରରେ ୫୦ ହଜାର କୋଟି ଟଙ୍କା ପାଉଛି, ଯାହାର ପ୍ରତ୍ୟକ୍ଷ ଲାଭ ଓଡ଼ିଆ ଯୁବକ ଯୁବତୀଙ୍କୁ ମିଳୁଛି ।ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ମୁହୂର୍ତ୍ତ ଭାରତର ମୁହୂର୍ତ୍ତ । ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରାଇବା ପାଇଁ ପଡିବ । ଓଡ଼ିଶାର ବିକାଶରେ ହିଁ ଦେଶର ବିକାଶ ହେବ । ୨୦୩୬ ରେ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ, ଯଦି ଯୁବଶକ୍ତି ଏହାର ପ୍ରବର୍ତ୍ତକ ହେବେ । ଏହା ଦ୍ୱାରା ଉଭୟ ସମାଜ ଓ ସ୍ୱଂୟର ସ୍ୱାର୍ଥ ପୂରଣ ହେବ ।ସମାଜର ବିକାଶ ପାଇଁ ବଡ଼ ଭାବିବା ସହ ବଡ଼ ସ୍ୱପ୍ନ ଦେଖିବା ପାଇଁ ପଡିବ । ଓଡ଼ିଆ ଜାତୀୟତାର ପ୍ରତୀକ ମଧୁସୂଦନ ଦାସ ଓଡ଼ିଶାରେ ଶିଳ୍ପ ବିପ୍ଲବ ନେଇ କଳ୍ପନା କରିଥିଲେ । ଉତ୍କଳ ଟାନେରୀ ନିର୍ମାଣ ସହ ପ୍ରଦେଶର ତାରକସି କାମକୁ ବିଶ୍ୱ ଦରବାରରେ ପହଞ୍ଚାଇଥିଲେ । ଏଥିପାଇଁ ତାଙ୍କୁ କୁହାଯାଇଥିଲା ଶତାବ୍ଦୀର ସୂର‌୍ୟ୍ୟ ।ଆଜିର ସମୟରେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହିମା ଗୋସାଇଁ ଓ ସନ୍ଥ କବି ଭୀମ ଭୋଇ, ମଧୁବାବୁ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରକୁ ଯୋଜନା ମାଧ୍ୟମରେ ସଫଳ କ୍ରିୟାନ୍ୱୟନ କରୁଛନ୍ତି ମୋଦି ସରକାର । ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଶିକ୍ଷାର ନୂଆ ପରିଭାଷା ତିଆରି ହୋଇଛି ।

ଭାରତ ଜି-୨୦ର ପ୍ରେସିଡେନ୍ସି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବିଶ୍ୱର ଗ୍ଲୋବାଲ ସାଉଥ ନାମରେ ନାମିତ ୧୩୬ଟି ଗରିବ ରାଷ୍ଟ୍ରର ନେତୃତ୍ୱଙ୍କୁ ଏକାଠି କରିବା ସହ ଜି-୨୦ ନେଇ ସେମାନଙ୍କର ମତ ଓ ପରାମର୍ଶ ନେଲେ । ଏହାର ନାଁ ହେଲା ବସୁଧୈବ କୁଟୁମ୍ବକମ୍ ।ଓଡ଼ିଶାରେ ଚଳିତ ମାସରେ ଜି-୨୦ ଶିକ୍ଷା ବିଭାଗର ଓ୍ୱାର୍କିଂ ଗ୍ରୁପ ବୈଠକ ହେବ । ଶିକ୍ଷା ସହ ବିଶ୍ୱରେ ଆଗାମୀ ୧୦୦ ବର୍ଷରେ ରୋଜଗାରର କଳ୍ପନା କଣ ହେବ ଏବଂ ଭବିଷ୍ୟତର ରୂପରେଖ କଣ ରହିବ, ତାହା ଉପରେ ଚର୍ଚ୍ଚା ଆଲୋଚନା କରାଯିବ । ବର୍ତ୍ତମାନ ସମୟରେ ଏହି ରୋଜଗାର ମେଳା ଏକ ନୂଆ ଉତପ୍ରେରକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking