30.1 C
Bhubaneswar
Sunday, July 7, 2024
Homeଓଡିଶା୭୫ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗଲ ଠାରେ ପାଳିତ

୭୫ତମ ଜିଲ୍ଲା ସ୍ତରୀୟ ବନମହୋତ୍ସବ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପିଙ୍ଗଲ ଠାରେ ପାଳିତ

ଯାଜପୁର : ଏକ ପେଡ ମା କେ ନାମ” ପ୍ରଧାନମନ୍ତ୍ରୀଙ୍କ ଭିଜନକୁ ସାକାର କରିବା ପାଇଁ : ମନ୍ତ୍ରୀ ଡ.ବଳ ସାମନ୍ତ।ଆଜି ଅପରାହ୍ନରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାର ଏବଂ ସୁକିନ୍ଦା ବନାଞ୍ଚଳ, କଟକ ବନଖଣ୍ଡ ମିଳିତ ଆନୁକୁଲ୍ୟରେ 75 ତମ ଜିଲ୍ଲାସ୍ତରୀୟ ବନମହୋତ୍ସବ ଏବଂ “ଏକ ପେଡ ମା କେ ନାମ”ମା ପାଇଁ ଗଛଟିଏ ଉତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି। ଜଳବାୟୁର ପରିବର୍ତ୍ତନ ଓ ପ୍ରକୃତିର ସୁରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷରୋପଣ ଅନୀର୍ବାର୍ଯ୍ୟ ଅଟେ। ଜୀବଜଗତ ପାଇଁ ବୃକ୍ଷ ହିଁ ଏକ ମାତ୍ର ଅମୂଲ୍ୟ ବରଦାନ ଯାହା ଅଙ୍ଗାର କାମ୍ଲ ଗ୍ରହଣ କରି ଅମ୍ଳଜାନ ପ୍ରଦାନ କରିଥାଏ। କିଛି ନ ନେଇ ବୃକ୍ଷ ସବୁକିଛି ଦେଇ ଥାଏ। ଯେଉଁ ଗଛ କିଛି ଦିଏ ନାହିଁ ସେ ଛାଇ ପ୍ରଦାନ କରିଥାଏ। ପ୍ରକୃତିର ମଧୁର ପରିବେଶକୁ ଆମ ଭବିଷ୍ୟତ ପାଇଁ ବଜାୟ ରଖିବାକୁ ହେଲେ ଆମେ ସମସ୍ତେ ଭାଇଚାରା ସଂପର୍କ ସୃଷ୍ଟି କରି ଆମ ରାଜ୍ୟ, ଆମ ରାଷ୍ଟ୍ର ଓ ବିଶ୍ଵର କଲ୍ୟାଣ ହିତେ “ଏକ ପେଡ ମା କେ ନାମ”ଅର୍ଥାତ ଆମ ଧରିତ୍ରୀ ପୃଥିବୀ ମା ପାଇଁ ଗଛଟିଏ ଲଗାଇ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଭିଜନ କୁ ସଫଳ କରିବାକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶାର ମାନ୍ୟବର ସମବାୟ, ରେଶମ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଡ. ପ୍ରଦୀପ ବଳ ସାମନ୍ତ ଆହ୍ଵାନ ଦେଇଛନ୍ତି।ଏହି ଅବସରରେ ମାନ୍ୟବରମନ୍ତ୍ରୀ ପରିବେଶ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଏବଂ ପ୍ରତ୍ୟେକ ବ୍ୟକ୍ତି ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ଆଣିବା ଲାଗି ବ୍ୟାପକ ବୃକ୍ଷରୋପଣ ନିମନ୍ତେ ଜନସଚେତନତା ସୃଷ୍ଟି କରିବାକୁ ଉଦବୋଧନ ଦେଇଥିଲେ। ପ୍ରାରମ୍ଭରେ ମନ୍ତ୍ରୀ ବିଦ୍ୟାଳୟରେ ଥିବା ବରପୁତ୍ର ଏବଂ ବିଘ୍ନରାଜ ଙ୍କ ମୂର୍ତ୍ତିରେ ଶ୍ରୀ ଜଗନ୍ନାଥଙ୍କ ଫଟ ଚିତ୍ରରେ ପୁଷ୍ପାର୍ଘ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ଖରା, ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ,ପି ଅର୍ଥନାରି, ବନଖଣ୍ଡ ଅଧିକାରୀ, କଟକ ବନଖଣ୍ଡ,ଏ ମାଧବୀ ଲତା,ସହକାରୀ ବନ ସଂରକ୍ଷକ, କଟକ ବନଖଣ୍ଡ,ଶ୍ରୀ ହିମାଂଶୁ ଶେଖର ପୃଷ୍ଟି, ବନାଞ୍ଚଳ ଅଧିକାରୀ, ସୁକିନ୍ଦା ଏବଂ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ପୀଙ୍ଗଲ ପ୍ରଧାନ ଶିକ୍ଷକ ଶ୍ରୀ ରଞ୍ଜନ କୁମାର ନାୟକ ବୃକ୍ଷ ରୋପଣ ର ଆବଶ୍ୟକତା ଓ ଦିବସର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଉଲ୍ଲେଖନୀୟ ବନସେବା ପାଇଁ ମା କଳା ବାଇ ବନ ସୁରକ୍ଷା ସମିତି, ନାଳଦା ଙ୍କୁ ମାନପତ୍ର ଓ 20ହଜାର ଅର୍ଥ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ। ବିଦ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀ ଏବଂ ଅତିଥି ମାନେ ପଣସ, ପେସ୍ତା, ଚଂପାଫୁଲ, ବଉଳ, ଅଁଳା, କରମଙ୍ଗା ଏବଂ ମେହେଗାନି ଚାରା ରୋପଣ କରିଥିଲେ। ମୁଖ୍ୟ ଅତିଥି ଓ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ମାନ୍ୟବର ମନ୍ତ୍ରୀ ସାନପିଙ୍ଗଲ ଠାରେ ମା ହିଙ୍ଗୁଳା ମନ୍ଦିର ନିକଟରେ କମ୍ୟୁନିଟି ସେଣ୍ଟର ଉଦଘାଟନ କରିବାସହ ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହରିପୁର ଓ ଠାରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ଅନୁକୂଳ ଆଣିବା ପାଇଁ ନିଜେ ବୃକ୍ଷ ରୋପଣ କରିବାସହ ଅନ୍ୟମାନଙ୍କୁ ପ୍ରବର୍ତାଇବାକୁ ଉଦବୋଧନ ରଖିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking