ବିଦିଶା :ମଧ୍ୟପ୍ରଦେଶର ବିଦିଶା ଜିଲ୍ଲା ଅନ୍ତର୍ଗତ ଲାଟେରି ସହରରେ ଗୋଟିଏ ୭ ବର୍ଷ ବୟସର ବାଳକ ମଙ୍ଗଳବାର ସକାଳେ ୬୦ ଫୁଟ ଗଭୀର ବୋରୱେଲକୁ ଖସିପଡିଥିଲା । ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଉକ୍ତ ବାଳକକୁ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ସେ ପ୍ରାଣ ହରାଇଥିବା ଜଣାପଡିଛି । ଉଦ୍ଧାରପରେ ତାକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା ।
ତେବେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିଥିବାବେଳେ ମୃତ ବାଳକଙ୍କ ପରିବାକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ଯବାନଙ୍କ ସମେତ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଥିଲା ।