30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶବାଣ ନିଆଁରେ ପୋଡ଼ି ହୋଇଗଲେ ୭ ମହିଳା

ବାଣ ନିଆଁରେ ପୋଡ଼ି ହୋଇଗଲେ ୭ ମହିଳା

ମୁମ୍ବାଇ:  ମହାରାଷ୍ଟ୍ରର ନାଗପୁରରେ ଗଣେଶ ବିସର୍ଜନ ଶୋଭାଯାତ୍ରା ବେଳେ ଘଟିଛି ଏକ ବଡ଼ ଦୁର୍ଘଟଣା । ଗୁରୁବାର ସନ୍ଧ୍ୟାରେ ଏଠାରେ ଉମରେଡ୍‌ ଅଞ୍ଚଳରେ ଗଣେଶ ବିସର୍ଜନ ଶୋଭାଯାତ୍ରା ଚାଲିଥିଲା । ଏହି ସମୟରେ ଆତସବାଜି ମଧ୍ୟ ଜାରି ରହିଥିଲା । ହେଲେ ଏହାରି ଭିତରେ ହଠାତ୍‌ ବାଣ ନିଆଁ ଅନେକ ଲୋକଙ୍କ ଉପରେ ପଡ଼ିଥିଲା । ଫଳରେ ଏହା ସଂସ୍ପର୍ଶରେ ଆସି ୭ ଜଣ ମହିଳା ପୋଡ଼ି ହୋଇଯାଇଥିବା ସୂଚନା ରହିଛି । ପ୍ରବଳ ଭିଡ଼ ହେତୁ ଘଟଣା ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବର୍ତ୍ତମାନ ପୋଡ଼ି ଯାଇଥିବା ମହିଳାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି ।

ନାଗପୁରର ଉମରେଡ୍‌ ଅଞ୍ଚଳରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ବେଳେ କେତେକ ମହିଳା ଢୋଲବାଜା ବଜାଉଥିଲେ । ଏହି ସମୟରେ ଭିଡ଼ ଭିତରେ କେହି ଜଣେ ବାଣ ଫୁଟାଇଥିଲା ଏବଂ ବାଣ ନିଆଁ ଲୋକଙ୍କ ଉପରେ ଆସି ପଡ଼ିଥିଲା । ଦୁର୍ଘଟଣା ପରେ ଲୋକେ ଚିତ୍କାର କରିଥିଲେ । ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଥିଲା । ଧାଁ ଦୌଡ଼ରେ ମଧ୍ୟ କିଛି ଲୋକ ଆହତ ହୋଇଥିବା ଜଣାଯାଇଛି । ବାଣ ନିଆଁ ସଂସ୍ପର୍ଶରେ ଆସି ୭ ଜଣ ମହିଳା ପୋଡ଼ି ହୋଇଯାଇଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking