28.1 C
Bhubaneswar
Sunday, September 8, 2024
Homeଓଡିଶାଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ

ଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି । ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ । ଫେରିବାକୁ ଛଟପଟ ହେଉଥିବାବେଳେ ପାଉନାହାନ୍ତି ବାଟ । ନା ପାଖରେ ଟଙ୍କା ଅଛି ନା ଅଛି ଭିସା । ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି । ଏହି ଶ୍ରମିକମାନେ ରାଜକନିକା ଓ ରାଜନଗର ଅଞ୍ଚଳର ହୋଇଥିବା ଜଣାଯାଇଛି ।
ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ଗତ ୬ ମାସ ତଳେ ଏକ ପ୍ଲାଏବୋର୍ଡ କମ୍ପାନୀରେ କାମ କରିବାକୁ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ । ହେଲେ ସେଠାରେ କାମ କରିବା ପରେ ସେମାନଙ୍କୁ ସଠିକ୍ ପାରିଶ୍ରମିକ ମିଳିଲା ନାହିଁ । ଏପରିକି କମ୍ପାନୀ କର୍ତ୍ତୃପକ୍ଷ ନାନା ହଇରାଣ ହରକତ କରୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏପରିକି ଠିକ୍ ଭାବରେ ଖାଇବାକୁ ମଧ୍ୟ ଦିଆଯାଉନାହିଁ । ବଡ଼ କଥା ହେଉଛି, ଇତିମଧ୍ୟରେ ସଂପୃକ୍ତ ଓଡ଼ିଆ ଶ୍ରମିକଙ୍କ ଭିସା ଅବଧି ବି ସରିଯାଇଛି । ଭିସା ଅବଧି ବଢ଼ାଇବାକୁ ନା କମ୍ପାନୀ କର୍ତ୍ତୃପକ୍ଷ ରାଜି ହେଉଛନ୍ତି ନା ପାରିଶ୍ରମିକ ଦେଉଛନ୍ତି । ଫଳରେ ପୁଲିସ୍ ଭୟରେ ଥାଇଲାଣ୍ଡରେ ଏଣେତେଣେ ଲୁଚି ରହୁଥିବା କହିଛନ୍ତି ସମସ୍ତ ଶ୍ରମିକ । ସୋଶାଲ ମିଡିଆରେ ଭିଡିଓ ଜାରି କରି ରାଜ୍ୟ ସରକାର ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ । ଥାଇଲାଣ୍ଡରେ ଫସିଥିବା ଜଣେ ଓଡ଼ିଆ ଶ୍ରମିକ କହିଛନ୍ତି, ଆମ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଅନୁରୋଧ କରୁଛୁ ଆମକୁ ଏଠାରୁ ଉଦ୍ଧାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking