ଭୁବନେଶ୍ୱର: ବିମାନ ବନରରେ ଚାକିରି କରାଇ ଦେବାକୁ କିଛି ମେସେଜ୍ ଆପଣଙ୍କୁ ମୋବାଇଲ୍କୁ ଆସୁଛି କି? ଯଦି ଆସୁଛି ତେବେ ଏଥିପ୍ରତି ସାବଧାନ ହୋଇଯାଆନ୍ତି । କାରଣ ସାଇବର ଠକ ଏଭଳି ନୂଆ ଯୋଜନା କରି ଆକାଉଣ୍ଟ ଖାଲି କରି ଦେଉଛନ୍ତି । ଏହିଭଳି ରାଜଧାନୀର ଏକାଧିକ ଯୁବକଙ୍କୁ ସାଇବର ଠକ ଠକିବା ପରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସାଇବର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ସୂଚନା ଅନୁସାରେ, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ରହିଥିବା ବିକାଶ ନାମକ ଯୁବକଙ୍କ ମୋବାଇଲ୍କୁ ଏକ ମେସେଜ୍ ଆସିଥିଲା । ଯେଉଁଥିରେ ବିମାନ ବନ୍ଦରରେ ବିଭିନ୍ନ ପୋଷ୍ଠ ଫାଙ୍କା ଥିବା କହିଥିଲେ । ଚାକିରି କରିବାକୁ ଇଚ୍ଛା ଥିଲେ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଥିଲା । ଏହି ମେସେଜ୍ ଦେଖିବା ପରେ ବିକାଶ ତୁରନ୍ତ ଦିଆଯାଇଥିବା ଫୋନ୍ ନମ୍ବରକୁ କଲ୍ କରିଥିଲେ । ଏହାପରେ ସାଇବର ଠକ ତାଙ୍କୁ ସମସ୍ତ ଦସ୍ତାବିଜ୍ ଦେବାକୁ କହିଥିôଲେ । ବିକାଶ ଦେବା ପରେ ଚାକିରି ପାଇର୍ ସିକ୍ୟୁରିଟ୍ ବାବଦକୁ ୫୦ ହଜାର ଟଙ୍କା ଦେବାକୁ ପଡିିବ । ପ୍ରଥମ ମାସ ଦରମା ମିଳିବା ସମୟରେ ଏହି ଟଙ୍କା ଫେରାଇ ଦେବାକୁ କହିଥିଲେ । ଚାକିରି ଲୋଭରେ ପଡି ବିକାଶ ୫୦ ହଜାର ଟଙ୍କା ଦେଇଥିଲେ । ଠକ ଟଙ୍କାନେବା ପରେ ବିଭିନ୍ନ ଫିସ୍ ବାବଦକୁ କହି ପ୍ରାୟ ୭ ଲକ୍ଷ ଟଙ୍କା ଠକି ନେଇଥିଲେ । ଶେଷରେ ବିକାଶ ଠକାମିର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଛନ୍ତି ।