26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶନଦୀରେ ବୁଡିଗଲେ ୭ ପିଲା : ୫ ମୃତ, ୨ ନିଖୋଜ

ନଦୀରେ ବୁଡିଗଲେ ୭ ପିଲା : ୫ ମୃତ, ୨ ନିଖୋଜ

ପାଟନା : ବିହାର ରୋହତାସର ସୋନ ନଦୀରେ ଗାଧୋଇବା ବେଳେ ୭ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକମାନେ ତିନି ଭାଇ ବୋଲି ଜଣାପଡିଛି। ଉଦ୍ଧାର ହୋଇଥିବା ୨ ପିଲା ମଧ୍ୟ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଅନ୍ୟ ଦୁଇଜଣ ନିଖୋଜ ରହିଛନ୍ତି । ଏଭଳି ଘଟଣା ବିହାରର ରୋହତାସ ଜିଲ୍ଲାର ତୁମ୍ବା ଗାଁରେ ଘଟିଛି ।ଖବର ମୁତାବକ, ଆଜି ୭ ଜଣ ନାବାଳକ ସୋନ ନଦୀକୁ ଗାଧୋଇବାକୁ ଯାଇଥିଲେ । ଜଣେ ନାବାଳକ ପ୍ରଥମେ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ । ଫଳରେ ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ନଦୀକୁ ପଶିଯାଇଥିଲେ । ଫଳରେ ଜଣକ ପରେ ଜଣେ ପାଣିରେ ବୁଡି ଯାଇଥିଲେ ।

ସ୍ଥାନୀୟ ଲୋକ ପିଲାମାନଙ୍କ ପାଟି ଶୁଣି ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଟିମକୁ ଖବର ଦେଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ପାଞ୍ଚ ଜଣଙ୍କୁ ଉଦ୍ଧାର କରିଥିଲା । ମାତ୍ର ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଗୁରୁତର ପିଲା ଦୁଇ ଜଣ ମଧ୍ୟ ମୃତ୍ୟୁବରଣକରିଥିବା ସୂଚନା ମିଳିଛି । ଅନ୍ୟ ଦୁଇଜଣଙ୍କ କୌଣସି ପତ୍ତା ମିଳୁନି । ସମସ୍ତ ପିଲାଙ୍କ ବୟସ ୮-୧୨ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି । ନିଖୋଜ ଥିବା ପିଲାଙ୍କ ପତ୍ତା କରୁଛି ପ୍ରଶାସନ । ପ୍ରଶାସନ ପକ୍ଷରୁ ପୀଡିତ ପରିବାରକୁ ସହାୟତା କରିବା ପାଇଁ ଚେଷ୍ଟା କରାଯାଉଛି । ଜିଲ୍ଲା ପ୍ରଶାସନ ଘଟଣାକୁ ନେଇ ଶୋକ ପ୍ରକାଶ କରିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking