ଭୁବନେଶ୍ଵର: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ବେଶି ସଂକ୍ରମିତ ଜିଲ୍ଲାରେ ଲକ୍ ଡାଉନ୍ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜିଠୁ ଗଜପତି ଜିଲ୍ଲାର ୭ଟି ବ୍ଲକର ୧୧ଟି ପଞ୍ଚାୟତ ଲକ ଡାଉନ ଘୋଷଣା କରାଯାଇଛି । ସଂକ୍ରରମଣକୁ ଦୃଷ୍ଟିରେ ରଖି ସଦର ମହକୁମା ସହ ପାରଳାଖେମୁଣ୍ଡି ପୌରାଞ୍ଚଳ ସମେତ କାଶୀନଗର NACକୁ ଲକଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସୀମା ଗୁଡିକୁ ସିଲ କରାଯାଇଛି । ଗଞ୍ଜାମ, କନ୍ଧମାଳ, ରାୟଗଡା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ରାସ୍ତା ଗୁଡିକ ସିଲ୍ କରାଯାଇଛି । କେବଳ ଅତି ଜରୁରୀ ସାମଗ୍ରୀ ଓ କାମ ପାଇଁ ବ୍ୟବହାର୍ଯ୍ୟ ଯାନକୁ ହିଁ ଚଳପ୍ରଚଳ ପାଇଁ ମଞ୍ଜୁରୀ ଦିଆଯାଇଛି । ଜନସାଧାରଣଙ୍କ ପାଇଁ ସକାଳ ୭ରୁ ଅପରାହ୍ନ ୨ଟା ଯାଏଁ ଅତ୍ୟାବଶ୍ୟକୀୟ ଦୋକାନ ଖୋଲା ରହିବ । ଅନ୍ୟପଟେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି ।