19.1 C
Bhubaneswar
Friday, November 22, 2024
Homeଓଡିଶାରାଜ୍ୟରେ ଆଉ ୬୯ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ଆଉ ୬୯ ଜୀବନ ନେଲା ମହାମାରୀ କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୩୭୭କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୬ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବାଲେଶ୍ୱରରୁ ୧୦ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, ବରଗଡ଼ରୁ ୫ ଜଣ, ସୁନ୍ଦରଗଡ଼ରୁ ୪ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, ରାୟଗଡ଼ା ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡ଼ା ଓ ସୋନପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନ୍ୟପଟେ, ରାଜ୍ୟରେ ଆଜି ୧୯୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୦୯ ଓ ସ୍ଥାନୀୟ ଅଞ୍ଚଳରୁ ୮୦୮ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮, ଅନୁଗୁଳ ୯୧, ବାଲେଶ୍ୱର ୮୪, ବରଗଡ଼ ୧୯, ଭଦ୍ରକ ୫୫, ବଲାଙ୍ଗୀର ୧୦, ବୌଦ୍ଧ ୭, କଟକ ୨୫୬, ଦେବଗଡ଼ ୧, ଢେଙ୍କାନାଳ ୩୭, ଗଜପତି ୧୬, ଗଞ୍ଜାମ ୭, ଜଗତସିଂହପୁର ୯୨, ଯାଜପୁର ୮୭, ଝାରସୁଗୁଡ଼ା ୯, କଳାହାଣ୍ଡି ୬, କନ୍ଧମାଳ ୨୫, କେନ୍ଦ୍ରାପଡ଼ା ୭୩, କେନ୍ଦୁଝର ୩୩, କୋରାପୁଟ ୧୦, ମାଲକାନଗିରି ୧୨,

ମୟୂରଭଞ୍ଜ ୬୯, ନବରଙ୍ଗପୁର ୧୦, ନୟାଗଡ଼ ୭୬, ନୂଆପଡ଼ା ୫, ପୁରୀ ୧୧୮, ରାୟଗଡ଼ା ୧୧, ସମ୍ୱଲପୁର ୧୫, ସୋନପୁର ୬, ସୁନ୍ଦରଗଡ଼ ୫୦ ଓ ଷ୍ଟେଟ୍ ପୁଲରୁ ୧୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧ରେ ପହଞ୍ଚିଛି। ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୯ ହଜାର ୧୬୦ ରହିଥିବା ବେଳେ ୧୯ ହଜାର ୨୬୧ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking