28.1 C
Bhubaneswar
Thursday, March 12, 2026
Homeଓଡିଶାପ୍ରଥମ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ମାଧ୍ୟମରେ ୬୭୬ ମହିଳା ନେତ୍ରୀ ସଶକ୍ତ

ପ୍ରଥମ ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ମାଧ୍ୟମରେ ୬୭୬ ମହିଳା ନେତ୍ରୀ ସଶକ୍ତ

ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ କୋଣାର୍କ ଠାରେ ଛ ଦିନିଆ ‘ସୁଭଦ୍ରା ଶକ୍ତି ନେତୃତ୍ୱ ସମ୍ମିଳନୀ’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମ୍ବୋଧିତ କରିବା ସହ ବିକଶିତ ଓଡ଼ିଶା ଗଠନରେ ସେମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମିଶନ ଶକ୍ତି କେବଳ ଏକ ସରକାରୀ କାର୍ଯ୍ୟକ୍ରମ ହୋଇ ରହିନାହିଁ, ବରଂ ଏହା ଓଡ଼ିଶାରେ ଏକ ଶକ୍ତିଶାଳୀ ମହିଳା-ନେତୃତ୍ୱାଧୀନ ରୂପାନ୍ତରଣ ଆନ୍ଦୋଳନରେ ପରିଣତ ହୋଇଛି। ଏହି ସମ୍ମିଳନୀ ମାଧ୍ୟମରେ ମହିଳାମାନଙ୍କୁ ନେତୃତ୍ୱ, ଭାବନାତ୍ମକ ବୁଦ୍ଧିମତା, ଦକ୍ଷତା ବିକାଶ ଏବଂ ଷ୍ଟାର୍ଟ-ଅପ୍ ସୁଯୋଗ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି, ଯାହା ଆଗାମୀ ଦିନରେ ଓଡ଼ିଶାକୁ ଏକ ନୂଆ ଦିଗଦର୍ଶନ ଦେବ। ସୂଚନା ଯୋଗ୍ୟ ଯେ ମିଶନ ଶକ୍ତି ଇତିହାସରେ ପ୍ରଥମ କରି ୩୩୮ଟି ବ୍ଲକ୍ ସ୍ତରୀୟ ମହାସଂଘର ୬୭୬ ଜଣ ସଭାପତି ଓ ସମ୍ପାଦିକା ଏବଂ ସମୁଦାୟ ୬୭୬ ଜଣ ସଦସ୍ୟ ଅଂଶଗ୍ରହଣ କରିଥିଲେ । ଏହି ସମ୍ମିଳନୀ 7 ମାର୍ଚ୍ଚ ରେ ଶୁଭାରମ୍ଭ ହୋଇଥିଲା। SHG ଗୁଡ଼ିକୁ କ୍ଷୁଦ୍ର ବ୍ୟବସାୟରେ ପରିଣତ କରିବା ସହ ସେମାନଙ୍କୁ ଆର୍ଥିକ ଓ ଡିଜିଟାଲ୍ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ, ବୋଲି ଅଧିକାରୀମାନେ ମତ ରଖିଛନ୍ତି। ଏହି ଉଦଯାପନୀ କାର୍ଯ୍ୟକ୍ରମରେ ମିଶନ ଶକ୍ତି କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡକ୍ଟର ମୋନିକା ପ୍ରିୟଦର୍ଶିନୀଙ୍କ ସହ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ। ଶେଷ ଦିବସରେ ଝାରସୁଗୁଡା, ନୂଆପଡା, ସୁନ୍ଦରଗଡ଼, ଦେଓଗଡ଼, ସୁବର୍ଣ୍ଣପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାର ୧୭୪ ଜଣ ପ୍ରତିନିଧି ଯୋଗଦେଇ ନିଜର ଅନୁଭୂତି ସାଉଁଟିଥିଲେ। ଏହି ସମ୍ମିଳନୀ ଓଡ଼ିଶାର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking