ଭବାନିପାଟଣା: ସ୍ଥାନୀୟ ମାଣିକେଶ୍ଵରୀ ହାଇସ୍କୁଲ ଛକ ହନୁମାନ ମନ୍ଦିର ନିକଟରୁ ଏକ କାରରୁ ୬୬ କେଜି ଗଞ୍ଜେଇ ଜବତ ହେଇଛି। ଜବତ ଗଞ୍ଜେଇ ମାଲକାନଗିରି ଅଞ୍ଚଳରୁ କଳାହାଣ୍ଡି ଦେଇ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିଲା। ଏହି ଘଟଣାରେ ଉତ୍ତରପ୍ରଦେଶର ଦୁଇ ଯୁବକ ଜୟନାରାୟଣ ଏବଂ ଜୟପ୍ରକାଶ ନିଶାନ ସନିଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତ ମାନେ କାରରେ ଏକ ସିକ୍ରେଟ ଚେମ୍ବର୍ କରି ଗଞ୍ଜେଇ ଚାଲାଣ କରୁଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ୬୦ ହଜାର ଟଙ୍କା ବୋଲି କୁହାଯାଉଛି। ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ସୂଚନା ପାଇ ଗାଡିଟିକୁ ପିଛା କରିଥିଲା। ପରେ କଳାହାଣ୍ଡି ଅବକାରୀ ବିଭାଗର ସହାୟତାରେ ଗାଡିକୁ ଯାଞ୍ଚ କରି ଗଞ୍ଜେଇ ଜବତ କରାଯାଇଥିଲା।