27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକୋହଲିଙ୍କ ନାମରେ ୬୦୦ ଚୌକା

କୋହଲିଙ୍କ ନାମରେ ୬୦୦ ଚୌକା

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ଗୁରୁବାର ମୋହାଲିର ପିସିଏ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍‌ରେ ଘରୋଇ ପଞ୍ଜାବ କିଙ୍ଗ୍‌ସକୁ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୨୪ ରନ୍‌ରେ ପରାସ୍ତ କରିଛି । ଏହି ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଓପନର ବିରାଟ କୋହଲି ତାଙ୍କ ସଫଳ କ୍ରିକେଟ୍ କ୍ୟାରିଅର୍‌ରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛନ୍ତି । ଆଇପିଏଲ୍‌ରେ ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ କୋହଲି ୬୦୦ ଚୌକା ପୂରଣ କରିଛନ୍ତି ।

ଅଦ୍ୟାବଧି ସେ ୨୨୯ଟି ମ୍ୟାଚ୍ ଖେଳି ମୋଟ ୬୦୩ଟି ଚୌକା ଲଗାଇସାରିଛନ୍ତି । ଗୁରୁବାର ଇନିଂସରେ ସେ ୪୭ ବଲ୍‌ରେ ୫୯ ରନ୍ କରିବା ଅବସରରେ ୫ଟି ଚୌକା ଲଗାଇଥିଲେ । ଆଇପିଏଲ୍‌ରେ ସର୍ବାଧିକ ଚୌକା ରେକର୍ଡ ପଞ୍ଜାବ କିଙ୍ଗ୍‌ସର ନେତୃତ୍ୱ ନେଉଥିବା ଓପନର ଶିଖର ଧୱନ୍‌ଙ୍କ ନାମରେ ରହିଛି, ଯିଏକି ୨୧୦ ମ୍ୟାଚ୍ ଖେଳି ୭୩୦ଟି ଚୌକା ଲଗାଇସାରିଛନ୍ତି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଡେଭିଡ୍ ୱାର୍ଣ୍ଣର୍ ୧୬୭ଟି ମ୍ୟାଚ୍‌ରେ ୬୦୮ଟି ଚୌକା ଲଗାଇ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking