32.1 C
Bhubaneswar
Monday, October 21, 2024
Homeଓଡିଶାସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ

ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ

ଭୁବନେଶ୍ୱର : ଗୃହଯୁଦ୍ଧ କବଳିତ ସୁଦାନରୁ ଭୁବନେଶ୍ୱର ଫେରିଲେ ୬ ଓଡ଼ିଆ । ମିଡିଆ ଆଗରେ କହିଲେ ଛାତିଥରା କାହାଣୀ । ବଖାଣିଲେ ଭୟଙ୍କର ଅନୁଭୂତି । ସ୍ୱତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ୬ ଓଡ଼ିଆ । ଏପ୍ରିଲ ୧୫ରୁ ଆରମ୍ଭ ହୋଇଥିବା ଯୁଦ୍ଧରେ ଫସି ରହିଥିଲା ବହୁ ଭାରତୀୟ। ସେମାନଙ୍କ ମଧ୍ୟରୁ ୬ ଜଣ ଓଡିଆ ଆଜି ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି । ଏପଟେ ଆଜି ଫେରୁଛନ୍ତି ଆଉ ୧୩୫ ଭାରତୀୟ। ଦ୍ୱିତୀୟ ପର୍ଯ୍ୟାୟରେ ସୁଦାନରୁ ୨୪୬ ଜଣ ଭାରତୀୟ ମୁମ୍ବାଇରେ ପହଞ୍ଚିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୬୦ ଜଣ ପହଞ୍ଚିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୦୦ ଭାରତୀୟ ସୁଦାନରୁ ଉଦ୍ଧାର ହୋଇ ଜେଦହା ଏୟାରପୋର୍ଟରେ ପହଞ୍ଚିଛନ୍ତି । ପଞ୍ଚମ ପର୍ଯ୍ୟାୟରେ ସୁଦାନରୁ ଆସିଛନ୍ତି ୨୯୭ ଭାରତୀୟ । ସୁଦାନ ପୋର୍ଟରୁ ତେଜ୍‌ରେ ଫେରୁଛନ୍ତି ଭାରତୀୟ । ଉଭୟ ଜଳପଥ ଓ ଆକାଶପଥରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କ ଉଦ୍ଧାର କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking