26.1 C
Bhubaneswar
Tuesday, September 17, 2024
Homeଓଡିଶାଚିଲିକାରେ ୬ ଲକ୍ଷ ବିଦେଶୀ ପକ୍ଷୀ

ଚିଲିକାରେ ୬ ଲକ୍ଷ ବିଦେଶୀ ପକ୍ଷୀ

ଚିଲିକା : ଶୀତର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚିଲିକାକୁ ରଙ୍ଗ ବେରଙ୍ଗ ପକ୍ଷୀଙ୍କ ସୁଅ ଛୁଟିବାରେ ଲାଗିଛି । ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ, ବୁଧବାର ସୁଧା ଚିଲିକାକୁ ୬ ଲକ୍ଷ ୬ ହଜାର ୮୭୮ ପକ୍ଷୀ ଚିଲିକାକୁ ଆସିଛନ୍ତି । ଏହି ଭିତରେ ୧୦୫ ପ୍ରଜାତିରର ପକ୍ଷୀ ରହିଛନ୍ତି । ସୂତ୍ରରୁ ଜଣା ପଡିଛି ଚିଲିକା ମଧ୍ୟରେ ଥିବା ପକ୍ଷୀ ଅଭୟାରଣ୍ୟ ନଳବଣରେ ୨ ଲକ୍ଷ ୬୦ ହଜାର ୧ ଶହ ୩୫ଟି ପକ୍ଷୀ ଆସିଛନ୍ତି । ସେପଟେ ଭୁଷଣ୍ଡପୁର, ମଙ୍ଗଳାଯୋଡ଼ି, ସୋରଣ, ସୁନ୍ଦରପୁର, କାଳୁପଡ଼ା, ସାତପଡ଼ା, ଗୁରୁବାଇ, ନୂଆପଡ଼ା, କୃଷ୍ଣପ୍ରସାଦ, ଜହ୍ନକୁଦା, ରମ୍ଭା ଆଦି ଅଞ୍ଚଳରେ ଅବଶିଷ୍ଟ ପକ୍ଷୀଙ୍କ ସମାଗମ ହୋଇଥିବା ଜଣାପଡ଼ିଛି ।

ନଳବଣ ବ୍ୟତୀତ ଟାଙ୍ଗୀ ରେଞ୍ଜ ମଙ୍ଗଳାଯୋଡ଼ି ଅନ୍ତର୍ଗତ ୨ ଲକ୍ଷ ପକ୍ଷୀଙ୍କୁ ଚିହ୍ନଟ କରାଯାଇଛି । ବିଦେଶାଗତ ପକ୍ଷୀମାନଙ୍କ ମଧ୍ୟରେ ସର୍ବାଧିକ ନର୍ଦ୍ଦନ ପିଣ୍ଟେଲ, ଗର୍ଡୱାଲ ସୋଭଲାର, କମଦ ସେଲଡକ, ବ୍ଲାକ ଟେଲଡ ଗଡୱିଟି, ବାର୍ଡ ହେଡ଼େଡ ଗୁଚ, ପ୍ଲେମିଙ୍ଗୋ ଆଦି ପ୍ରଜାତିର ପକ୍ଷୀ ଅନ୍ତର୍ଭୁକ୍ତ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ଚିଲିକାକୁ ଅକ୍ଟୋବର ଶେଷ ସପ୍ତାହରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥିଲା । ପରେ ପ୍ରତିକୂଳ ପାଣିପାଗ ଯୋଗୁଁ ପକ୍ଷୀଙ୍କ ଆଗମନରେ ବାଧା ଉପୁଜିଥିଲା । କିଛିଦିନ ହେବ ଶୀତର ମାତ୍ରା ବୃଦ୍ଧି ପାଇବା ଓ ଜଳବାୟୁ ଅନୁକୂଳ ରହିବା ହେତୁ ପର୍ଯ୍ୟାପ୍ତ ସଂଖ୍ୟାରେ ପକ୍ଷୀଙ୍କ ଚିଲିକାକୁ ସୁଅ ଛୁଟିବାରେ ଲାଗିଛି । ଆସନ୍ତା ୪ ତାରିଖରେ ପକ୍ଷୀ ଗଣନା ହେବ ବୋଲି ଚିଲିକା ଉନ୍ନୟନ କତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗରୁ ସୂଚନା ମିଳିଛି ।

ପକ୍ଷୀଙ୍କ ବିଚରଣରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପାଇଁ ୧୦ ଦିନ ପୂର୍ବରୁ ନଳବଣ ନିଷିଧ ଅଞ୍ଚଳକୁ ଡ଼ଙ୍ଗା ଏବଂ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଜାନୁଆରୀ ୩ ତାରିଖରେ ଚନ୍ଦ୍ରାପୁଟ ସ୍ଥିତ ସିଡ଼ିଏ ଗବେଷଣା କେନ୍ଦ୍ରଠାରେ ପକ୍ଷୀଗଣନାକାରୀଙ୍କୁ ତାଲିମ ଦିଆଯିବ । ୪ ତାରିଖ ଭୋରରୁ ଚିଲିକା ମଧ୍ୟରେ ୨୦ ଟି ଗଣନାକାରୀ ଟିମ ନିୟଜିତ ହୋଇ ଗଣନା କରିବେ । ପ୍ରତି ଟିମରେ ଜଣେ ଅଭିଜ୍ଞ ପକ୍ଷୀ ବିଶାରଦ ସମେତ ୫ ଜଣ ସଦସ୍ୟ ରହିବେ । ଏହି ଗଣନା ଦଳରେ ବମ୍ବେ ନାଚୁରାଇ ହିଷ୍ଟ୍ରି ଅଫ ସୋସାଇଟ, ୱାଲ୍ଡ ଓଡ଼ିଶା, ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ରାଜ୍ୟ ଏବଂ ରାଜ୍ୟ ବାହାରୁ ପକ୍ଷୀ ବିଶାରଦ ମାନେ ସାମିଲ ହେବେ ବୋଲି ଜଣା ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking