29.1 C
Bhubaneswar
Wednesday, July 3, 2024
Homeଦେଶ ବିଦେଶସୋନଭଦ୍ର ନାଳରେ ଭାସିଗଲେ ୬ ଶ୍ରମିକ; ୪ ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ...

ସୋନଭଦ୍ର ନାଳରେ ଭାସିଗଲେ ୬ ଶ୍ରମିକ; ୪ ଜଣଙ୍କ ମୃତଦେହ ଉଦ୍ଧାର, ୨ ନିଖୋଜ…

ଲକ୍ଷ୍ନୌ : ଉତ୍ତରପ୍ରଦେଶର ସୋନଭଦ୍ରରେ ଏକ ବଡ଼ ଦୁର୍ଘଟଣା ହୋଇଛି । ବର୍ଷା ପରେ ନାଳରେ ଆସିଥିବା ପ୍ରବଳ ସ୍ରୋତରେ ୬ ଜଣ ଶ୍ରମିକ ଭାସି ଯାଇଥିଲେ । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଏପର୍ଯ୍ୟନ୍ତ ଦୁଇଜଣ ଶ୍ରମିକଙ୍କ ସନ୍ଧାନ ମିଳିପାରି ନାହିଁ । ପୋଲିସ ଉଭୟ ଶ୍ରମିକଙ୍କ ସନ୍ଧାନ କରୁଛି । ଏହି ଘଟଣାଟି କୋନ ଥାନା ଅଂଚଳର ଚକରିଆରେ ଘଟିଛି । ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ବର୍ଷା ପରେ ହଠାତ ବୈତାରା ନାଳରେ ପ୍ରବଳ ସ୍ରୋତ ଆସିଥିଲା । ଏଥିରେ ୬ ଜଣ ଶ୍ରମିକ ଭାସି ଯାଇଥିଲେ । ଚାରି ଜଣଙ୍କ ମୃତଦେହକୁ ଚାକରିଆ ଚଉକି ଅଞ୍ଚଳର ନାଳରୁ ଉଦ୍ଧାର କରାଯାଇଛି । ମୃତକ ମାନେ ହେଲେ ରାଜକୁମାରୀ (୪୦), ରୀତା (୩୨), ରାଜମତି (୧୦) ହିରାବତୀ (୨୨) । ସମସ୍ତେ ଗଢବାନ ଥାନା ରାମପୁର ବରକୋନିଆର ବାସିନ୍ଦା । ବର୍ତ୍ତମାନ ୫୫ ବର୍ଷୀୟ ସାନ୍ତାରା ଏବଂ ୧୨ ବର୍ଷୀୟ ଭିମଲେଶ ନିଖୋଜ ଅଛନ୍ତି । ପୋଲିସ ଏବଂ ଉଦ୍ଧାରକାରୀ ଦଳ ସେମାନଙ୍କୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking