30.1 C
Bhubaneswar
Saturday, July 6, 2024
Homeଦେଶ ବିଦେଶ୩୧ ବର୍ଷ ପରେ ଜେଲରୁ ମୁକ୍ତହେଲେ ରାଜୀବ ଗାନ୍ଧି ହତ୍ୟାକାରୀ

୩୧ ବର୍ଷ ପରେ ଜେଲରୁ ମୁକ୍ତହେଲେ ରାଜୀବ ଗାନ୍ଧି ହତ୍ୟାକାରୀ

ଭେଲ୍ଲୋର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଜେଲରୁ ଖଲାସ କରାଯାଇଛି । ୩୧ ବର୍ଷ ପରେ ଜେଲରୁ ମୁକ୍ତ ହୋଇଛନ୍ତି ହତ୍ୟାକାରୀ । ଶନିବାର ୩ ଜଣ ଅଭିଯୁକ୍ତ ନଳିନୀ ଶ୍ରୀହରନ ଏବଂ ତାର ସ୍ବାମୀ ମୁରୁଗାନ ସମେତ ସନ୍ଥନ୍‌ ନାମକ ଜଣେ ଅଭିଯୁକ୍ତ ଜେଲରୁ ବାହାରିଛନ୍ତି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ ରାଜୀବ ଗାନ୍ଧି ହତ୍ୟାକାରୀଙ୍କୁ ଛାଡ କରାଯାଇଛି । ଗତ ମେ ମାସରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭ମ ଅଭିଯୁକ୍ତ ପେରାରିଭାଲନକୁ ମୁକ୍ତ କରିଥିଲେ କୋର୍ଟ । ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ଦୋଷୀକୁ ମୁକ୍ତ କରିଥିଲେ ସୁପ୍ରିମକୋର୍ଟ । ସେହି ସମାନ କ୍ଷମତା ପ୍ରୟୋଗ କରି ଏହି ୩ ଜଣଙ୍କୁ ଛାଡ କରାଯାଇଛି ।

ଜଷ୍ଟିସ ବି. ଆର୍‌ ଗାଭାଇ ଏବଂ ବି.ଭି ନାଗାରତ୍ନଙ୍କୁ ନେଇ ଗଠିତ ଦୁଇ ଜଣିଆ ବେଞ୍ଚ ଅଭିଯୁକ୍ତଙ୍କ କାରାଦଣ୍ଡାଦେଶର ବିଚାର କରି ଏହି ନିଷ୍ପତ୍ତି ନେଇଥିଲେ । ସମସ୍ତଙ୍କୁ ଛାଡ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାର ଦିନକ ପରେ ୩ ଜଣ ଜେଲରୁ ମୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଥିଲେ, ଦୋଷୀଙ୍କୁ ପୂର୍ବରୁ ଶୁଣାଯାଇଥିବା ଫାଶୀ ଦଣ୍ଡାଦେଶ ପରବର୍ତ୍ତୀ ସମୟରେ ଆଜୀବନ କାରାଦଣ୍ଡାଦେଶକୁ ବଦଳାଯାଇଥିଲା । ତେବେ ହତ୍ୟାକାଣ୍ଡ ଘଟଣାର ସମସ୍ତ ଅଭିଯୁକ୍ତ ଆଜୀବନ କାରାଦଣ୍ଡାଦେଶ ଭୋଗିସାରିଛନ୍ତି । ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମୁକ୍ତହେବେ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କଂଗ୍ରେସର ବିରୋଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking