25.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶକର୍ଣ୍ଣାଟକ ହାଇକୋର୍ଟର ୬ ଜଜ୍‌ଙ୍କୁ ହତ୍ୟାଧମକ

କର୍ଣ୍ଣାଟକ ହାଇକୋର୍ଟର ୬ ଜଜ୍‌ଙ୍କୁ ହତ୍ୟାଧମକ

ବେଙ୍ଗାଲୁରୁ : କର୍ଣ୍ଣାଟକ ହାଇକୋର୍ଟର ୬ ଜଣ ବିଚାରପତି (ଜଜ୍‌)ଙ୍କୁ ହତ୍ୟାଧମକ ମିଳିଥିବା ଜଣାପଡିଛି । ଜୁଲାଇ ୧୨ରେ ଏକ ଇଣ୍ଟରନ୍ୟାସନାଲ ନମ୍ବରରୁ କର୍ଣ୍ଣାଟକ ହାଇକୋର୍ଟର ପ୍ରେସ ରିଲେସନ୍‌ସ ଅଫିସର କେ.ମୁରଲୀଧରନଙ୍କ ହ୍ୱାଟସ୍‌ଆପ୍ ନମ୍ବରକୁ ଏଭଳି ହତ୍ୟାଧମକ ମିଳିଥିବା ସେ କହିଛନ୍ତି । ଏହାପରେ ମୁରଲୀଧରନ ଜୁଲାଇ ୧୪ରେ ସ୍ଥାନୀୟ ଥାନାରେ ଏକ ଏତଲା ଦାଏର କରିଛନ୍ତି । ହତ୍ୟାଧମକ ଦିଆଯାଇଥିବା ୬ ଜଣ ଜଜ୍ ହେଲେ ଜଷ୍ଟିସ ମହମ୍ମଦ ନୱାଜ, ଜଷ୍ଟିସ ନରେନ୍ଦ୍ର ପ୍ରସାଦ, ଜଷ୍ଟିସ ଅଶୋକ ନିଜାଗନ୍ନାଭର, ଜଷ୍ଟିସ ଏଚ୍‌.ପି.ସନ୍ଦେଶ, ଜଷ୍ଟିସ କେ.ନଟରାଜନ ଓ ଜଷ୍ଟିସ ବି.ବୀରାପ୍ପା । ପାକିସ୍ତାନର ଏକ ବ୍ୟାଙ୍କ ଆକାଉଣ୍ଟରେ ୫୦ ଲକ୍ଷ ଟଙ୍କା ଜମା ନକଲେ ଏମାନଙ୍କୁ ହତ୍ୟା କରାଯିବ ବୋଲି ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀରେ ଲେଖାଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତା ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking