ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ୬ ଜଣ କଂଗ୍ରେସ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ବିଧାୟକମାନେ ବାଚସ୍ପତିଙ୍କ ଅଯୋଗ୍ୟତା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ବିଧାନସଭାରେ ବଜେଟ୍ ସମୟରେ ଅନୁପସ୍ଥିତ ଥିବା ଦର୍ଶାଇ ବାଚସ୍ପତି ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ବାଚସ୍ପତିଙ୍କ ନିଷ୍ପତ୍ତିକୁ ରଦ୍ଦ କରିବାକୁ ବିଧାୟକମାନେ ଦାବି କରିଛନ୍ତି। ସୂଚନାନୁସାରେ , ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଏହି ୬ ଜଣ କଂଗ୍ରେସ ବିଧାୟକ କ୍ରସ୍ ଭୋଟ୍ ଦେଇଥିଲେ, ଯେଉଁଥିପାଇଁ ବିଜେପିର ହର୍ଷ ମହାଜନ ବିଜୟୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।ପରେ ଏହି ବିଧାୟକମାନେ ବିଜେପି ସପକ୍ଷରେ ବୟାନ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ବିଧାୟକମାନଙ୍କ କ୍ରସ୍ ଭୋଟିଂ ପରେ ରାଜ୍ୟର ସୁଖବିନ୍ଦର ସିଂହ ସୁଖୁ ସରକାର ଉପରେ ସଙ୍କଟର ବାଦଲ ସୃଷ୍ଟି ହୋଇଥିଲା। ଆଶାନୁରୂପ ଭାବେ ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ବାଚସ୍ପତି ।