ନୂଆଦିଲ୍ଲୀ : ବିଗତ ଦୁଇବର୍ଷ ମଧ୍ୟରେ ଦେଶରେ ଜିଏସ୍ଟି (ସାମଗ୍ରୀ ଓ ସେବା କର) ବାବଦରେ ୫୫,୫୭୫ କୋଟି ଟଙ୍କାର ଠକେଇ ହୋଇଛି ବୋଲି ଜିଏସ୍ଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଜାତୀୟ ରାଜକୋଷକୁ କ୍ଷତି ପହଞ୍ଚାଇଥିବାରୁ ଏହି ମାମଲାରେ ୭୧୯ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଡାଇରେକ୍ଟୋରେଟ୍ ଜେନେରାଲ ଅଫ୍ ଜିଏସ୍ଟି ଇଣ୍ଟେଲିଜେନ୍ସ (ଡିଜିଜିଆଇ) ଅଧିକାରୀମାନେ ଏହି ସମୟରେ ୨୨,୩୦୦ରୁ ଊର୍ଦ୍ଧ୍ୱ ଜାଲ୍ ଜିଏସ୍ଟି ନମ୍ବରକୁ ଠାବ କରିଛନ୍ତି ।
ଅପରପକ୍ଷରେ ବିଗତ ଦୁଇବର୍ଷରେ ସ୍ୱେଚ୍ଛାକୃତଭାବେ ୩୦୫୦ କୋଟି ଟଙ୍କାର ଜିଏସ୍ଟି ପୈଠ କରାଯାଇଥିବା ଜଣାପଡିଛି । ଡିଜିଜିଅ।।ଇ, ଆୟକର ବିଭାଗ, ରାଜସ୍ୱ ଗୁଇନ୍ଦା ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ ଭଳି ସଂସ୍ଥାର ମିଳିତ ଉଦ୍ୟମ ଯୋଗୁଁ ଜିଏସ୍ଟି ଫାଙ୍କୁଥିବା ବ୍ୟକ୍ତି ଓ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିଥିବା କୁହାଯାଇଛି ।