26.1 C
Bhubaneswar
Thursday, September 19, 2024
Homeଅପରାଧ୫୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

୫୩ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଯାଜପୁର : ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଧେଶ କ୍ରମେ ମଙ୍ଗଳବାର ୩ ଘଟିକା ସମୟରେ ଅବକାରୀ ଇନସିପେକ୍ଟର ସମୀର କୁମାର ମହାନ୍ତି ଚୂନଭାଟି ପ୍ଲଟ ଛକରେ ଚଢ଼ାଉ କରିଥିଲେ l ଏହି ସମୟରେ ଜଣେ ବ୍ୟକ୍ତି ବାଇକରେ ବ୍ରାଉନସୁଗାର ରଖି ବିକୁଥିବା ଦେଖି ଗିରଫ କରିନେଇଥିଲେ l ତେବେ ଏହି ଗିରଫ ଅଭିଯୁକ୍ତ ଜଣଙ୍କ ଯାଜପୁର ରୋଡ ଥାନା ଜରି ସାହି ଅଞ୍ଚଳର ଶଙ୍କରଷଣ ରାଉତ ବୋଲି ଜଣାପଡିଛି l ସେପଟେ ଅବକାରୀ ବିଭାଗ ପକ୍ଷରୁ ଆଜି ଏହି ଅଭିଯୁକ୍ତକୁ ଗିରଫ କରିବା ପରେ କେଶ ନମ୍ବର ୧୨୦/୨୩ ରେ ଗୋଟିଏ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି l ତେବେ ଏହି ଅଭିଯୁକ୍ତ ନିକଟରୁ ୫୩ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ l ଏହି ଚଢ଼ାଉରେ ଡୋଲୀପୁର ଅବକାରୀ ସବ-ଇନସିପେକ୍ଟର ଶ୍ରୀକାନ୍ତ ପଣ୍ଡା,
ଏସଆଇ ସତ୍ୟନାରାୟଣ ପ୍ରଧାନ,ଭରତ କୁମାର ମିଶ୍ର,କ୍ଷୀରୋଦ କୁମାର ସାହୁ ଓ ବିପିନ କୁମାର ପ୍ରଧାନ ସାମିଲ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking