24.4 C
Bhubaneswar
Tuesday, April 7, 2026
Homeଦେଶ ବିଦେଶକାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ

କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ଭୋପାଳର ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ସୁନା ସହ ୧୦ କୋଟିରୁ ଅଧିକ ଟଙ୍କାର ନଗଦ ଟଙ୍କା ଜବତ କରିଛି ଆୟକରର ବିଭାଗ। ଭୋପାଳର ମନ୍ଦୋରା ଗାଁରୁ ଏହି ସୁନା ଓ ଟଙ୍କା ଜବତ କରାଯାଇଛି। ପୂର୍ବତନ ଆରଟିଓ କନଷ୍ଟେବଳ ସୋରଭ ଶର୍ମା ଏବଂ ତାଙ୍କ ସହଯୋଗୀ ଚନ୍ଦନ ସିଂ ଗୌରଙ୍କ ଘରେ ଲୋକାୟୁକ୍ତ ରେଡ ଲିଙ୍କ୍ ମାମଲାରେ ଆଇଟି ଚଢାଉ କରିଛି। ଗୁରୁବାର ଲୋକାୟୁକ୍ତ ରେଡ୍ କରି ଅଢେଇ କୋଟିର ନଗଦ ଟଙ୍କା ସହ ସୁନା ଓ ରୁପା ଜବତ କରିଥିଲା। ବର୍ଷଟେ ପୂର୍ବରୁ ସୌରଭ ଶର୍ମା ପରିବହନ ବିଭାଗରୁ ସ୍ବେଚ୍ଛାକୃତ ଭାବେ ଅବସର ନେଇଥିଲେ। ଏବେ ସେ ରିୟଲି ଷ୍ଟେଟ କାର‌୍ୟ୍ୟ କରୁଛନ୍ତି। ସୌରଭଙ୍କ ବହୁ ସ୍ଥାନରୋ ପ୍ଲଟ, ହୋଟେଲ, ସ୍କୁଲ ଖୋଲିଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ପରେ ପ୍ରଥମେ ଲୋକାୟୁକ୍ତ ପରେ ଆଇଟି ରେଡ କରିଛି। ବାପାଙ୍କ ମୃତ୍ୟୁ ପରେ ତାଙ୍କ ପଦବୀରେ ନିଯୁକ୍ତ ହୋଇଥିଲେ ସୌରଭ ଶର୍ମା।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking