25.1 C
Bhubaneswar
Tuesday, February 3, 2026
Homeଓଡିଶା୫ ବର୍ଷରେ ୫୧୮ ଦାଦନ ଶ୍ରମିକ ମୃତ

୫ ବର୍ଷରେ ୫୧୮ ଦାଦନ ଶ୍ରମିକ ମୃତ

ଭୁବନେଶ୍ୱର: ବିଦେଶ ମାଟିରେ ଯାଉଛି ଦାଦନ ଶ୍ରମିକଙ୍କ ଜୀବନ। ଗତ ୫ ବର୍ଷ ମଧ୍ୟରେ ୫୧୮ଜଣଙ୍କ ମୃତ୍ୟୁ ହୋଇଛି। ଦେଶ ବାହାରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।ଏନେଇ ବିଧାନସଭାରଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଗତ ୫ ବର୍ଷ ମଧ୍ୟରେ ମୋଟ୍ ୫୧୮ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ଶ୍ରମିକଙ୍କ ମୃତ୍ୟୁ ହୋଇଛି। କଳାହାଣ୍ଡି ଜିଲ୍ଲାରେ ୬୦ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ଦ୍ୱିତୀୟରେ ଗଞ୍ଜାମ ଜିଲ୍ଲା ରହିଛି। ଗଞ୍ଜାମ ଜିଲ୍ଲାରୁ ବାହାର ଦେଶକୁ କାମ କରିବାକୁ ଯାଇ ୫୬ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି। ବଲାଙ୍ଗୀର ଜିଲ୍ଲାରୁ ୩୮ଜଣ, କନ୍ଧମାଳରେ ୩୪ଜଣ, ନବରଙ୍ଗପୁର ୩୫ଜଣ, ରାୟଗଡ଼ାରେ ୩୪ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୩୯୫ ମୃତ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଗୃହରେ ଉତ୍ତର ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking