21.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶପ୍ରେମ ପାଇଁ ସ୍ୱାମୀର ମୁଣ୍ଡ ଗଡ଼ାଇଲା ସ୍ତ୍ରୀ

ପ୍ରେମ ପାଇଁ ସ୍ୱାମୀର ମୁଣ୍ଡ ଗଡ଼ାଇଲା ସ୍ତ୍ରୀ

ୟୁପିର ଥିବା ବାଲିଆରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ୫୦ ବର୍ଷୀୟ ସ୍ତ୍ରୀ ନିଜ ପ୍ରେମକୁ ସଫଳ କରିବା ପାଇଁ ପ୍ରେମିକ ସହ ମିଶି ନିଜ ସ୍ବାମୀକୁ ହତ୍ୟା କରିଛି । ଏହାପରେ ସ୍ବାମୀଙ୍କ ମୃତଦେହକୁ ୬ ଖଣ୍ଡ କରିଥିଲା ନିଜ ସ୍ତ୍ରୀ ଓ ପ୍ରେମିକ । ସେତିକିରେ ସ୍ତ୍ରୀ ର ମନ ଶାନ୍ତ ହୋଇନଥିଲା । ପ୍ରେମିକ ସହ ମିଶି ସିକନ୍ଦର ଥାନା ଅଞ୍ଚଳରେ ନିଜ ସ୍ୱାମୀ ର ମୃତଦେହକୁ ଅଲଗା ଅଲଗା ସ୍ଥାନରେ ଫୋପାଡି ଦେଇଥିଲା । ତେବେ ପୋଲିସ ଏହି ଘଟଣାରେ ମୃତ ଶରୀରର ବିଭିନ୍ନ ଅଂଶକୁ ଉଦ୍ଧାର କରିଥିବା ଜଣା ପଡିଛି । କିନ୍ତୁ ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିର ମୁଣ୍ଡ ମିଳିପାରି ନାହିଁ । ତେବେ ଅଭିଯୁକ୍ତ ମୁଣ୍ଡକୁ ଘାଗରା ନଦୀକୁ ଫିଙ୍ଗି ଦେଇଛି ବୋଲି ପୋଲିସ ଆଗରେ କହିଥିଲା । ଯାହାକୁ ପୋଲିସ ଖୋଜୁଛି ।

ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଯେଉଁଥିରେ ମୃତକଙ୍କ ସ୍ତ୍ରୀ ମାୟା ଦେବୀ ଓ ପ୍ରେମିକ ଅନିଲ ଯାଦବ ସାମିଲ ଥିବା ଜଣାପଡିଛି । ଗିରଫ ସମୟରେ ଜଣେ ଅଭିଯୁକ୍ତଙ୍କ ଗୋଡରେ ଗୁଳି ବାଜିଥିଲା । ସୂଚନା ଅନୁସାରେ ମେ ୧୦ ତାରିଖରେ ସିକନ୍ଦରପୁର ପୋଲିସ ଷ୍ଚେଷନ ଅଞ୍ଚଳରେ ଗୋଡକଟା ଓ ହାତ କଟିଥିବା ଏକ ମୃତଦେହ ମିଳିଥିଲା । ଏହାପରେ କିଛି ଦୂରରେ ଏକ କୂଅରୁ ମିଳିଥିଲା ଏକ ମୃତଦେହ । ତେବେ ଏହି ମୃତଦେହଟି ରାଜେନ୍ଦ୍ର କୁମାରଙ୍କ ବୋଲି ଜଣା ପଡିଛି । ଏହାପରେ ତଦନ୍ତ ଆଗକୁ ବଢିଥିଲା । ପୋଲିସଙ୍କ ସୂଚନା ଅନୁସାରେ ମହିଳା ମାୟା ଦେବୀ, ତାଙ୍କ ପ୍ରେମୀ ଅନୀଲ ଯାଦବ ଓ ପ୍ରେମୀଙ୍କ ୨ ସାଙ୍ଗ ସତୀଶ ଓ ମିଥିଲେଶକୁ ଗିରଫ କରାଯାଇଛି । ମେ’ ୧୨ ତାରିଖରେ ମୃତଦେହର ଅଂଶ ମିଳିବା ପରେ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking