24.1 C
Bhubaneswar
Friday, March 6, 2026
Homeଓଡିଶାକଏଦୀଙ୍କୁ ଧରାଇଦେଲେ ୫୦ ହଜାର ପୁରସ୍କାର

କଏଦୀଙ୍କୁ ଧରାଇଦେଲେ ୫୦ ହଜାର ପୁରସ୍କାର

କଟକ: ଚୌଦ୍ବାର ଜେଲ୍‌ରୁ ଫେରାର ଥିବା ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସଂପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିବ। କମିସନରେଟ୍ ପୁଲିସ ପକ୍ଷରୁ ଏହି ସୂଚନା ଦେଇଛନ୍ତି। କଟକ ଡିସିପି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏଥି ସହିତ ପୁଲିସ ପକ୍ଷରୁ କୁହାଯାଇଛି ଯେ, ସୂଚନାଦାତାଙ୍କର ପରିଚୟ ଗୁପ୍ତ ରଖାଯିବ।

ସୂଚନାଯୋଗ୍ୟ, ଗତକାଲି ରାତି ଗୋଟାଏ ପରେ ବିହାରର ଦୁଇ ଅପରାଧୀ ଚୌଦ୍ବାର ଜେଲ୍‌ର ସେଲ କାଟି ଫେରାର ହୋଇଯାଇଥିଲେ। ଉଭୟ ଡକାୟତ ପାଣିକୋଇଲି ପଣ୍ଡା ସୁନା ଗହଣା ଦୋକାନର ମାଲିକଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ଦୁହେଁ ଯାଜପୁର ଜେଲ୍‌ରୁ ଆସିଥିଲେ। ଉଭୟେ ଜେଲରୁ ଫେରାର ହେବାକୁ ବହୁ ବାର ଚେଷ୍ଟା କରିଥିଲେ। ଗତକାଲି ରାତିରେ ଆରିରେ କାଟି ପୂଜାର ମୌକା ଦେଖି ଖସି ଯାଇଥିବା କୁହାଯାଉଛି।ଦୁଇ ବିହାରୀ ଡକାୟତ ଖସି ପଳାଇବା ଘଟଣାରେ ପୁଲିସ ଡିଜି ଦୁଇଜଣଙ୍କୁ ନିଲମ୍ବିତ କରିଛନ୍ତି। କାର୍ଯ୍ୟରେ ଅବହେଲା ୱାର୍ଡର୍ ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର୍ ଭଗତ ରାମ ନିଲମ୍ବନ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking