ନୂଆଦିଲ୍ଲୀ: ଡେରା ସଚ୍ଚା ସୌଦ୍ଦା ମୁଖ୍ୟ ଗୁରମିତ୍ ରାମ ରହିମ୍ ସିଂଙ୍କୁ ୫୦ଦିନର ପାରୋଲ୍ ମିଳିଛି । ଏହାକୁ ମିଶାଇ ଗତ ୪ ବର୍ଷ ମଧ୍ୟରେ ସେ ୯ ଥର ପାରୋଲ୍ରେ ବାହାରକୁ ଯିବାରେ ସକ୍ଷମ ହୋଇଛନ୍ତି । ସମ୍ପ୍ରତି ହରିଆଣା ରୋହତକ୍ ଜିଲ୍ଲାର ସୁନାରିଆ ଜେଲ୍ରେ କଏଦୀ ଜୀବନ ଅତିବାହିତ କରୁଛନ୍ତି । ସୂଚନାଯୋଗ୍ୟ ୨୦୧୭ରେ ରାମରହିମ୍ଙ୍କୁ ନିଜ ଆଶ୍ରମର ଦୁଇ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦ବର୍ଷ ଜେଲ୍ଦଣ୍ଡାଦେଶ ହୋଇଥିଲା ।
ଏତଦ୍ବ୍ୟତୀତ ୨୦୧୯ରେ ଆଶ୍ରମର ଅନ୍ୟତମ କର୍ମଚାରୀ ରଞ୍ଜିତ୍ ସିଂଙ୍କ ହତ୍ୟା ଏବଂ ୨୦୨୧ରେ ଜଣେ ସ୍ଥାନୀୟ ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ରାମରହିମ୍ଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା । ତେବେ ରାମ ରହିମ୍ଙ୍କୁ ଏପ୍ରକାର ବାରମ୍ବାର ପାରୋଲ ଦିଆଯିବା ଘଟଣାକୁ ନେଇ ରାଜ୍ୟ ସରକାର ବିରୋଧୀ ଦଳଙ୍କ ତୀବ୍ର ସମାଲୋଚନାର ଶିକାର ହୋଇଆସୁଛନ୍ତି ।