ହାଇଦ୍ରାବାଦ: ଏମିତି ବି ଆସେ ମୃତ୍ୟୁ । ଜଳସେଚନ ପ୍ରକଳ୍ପ କାମ ବେଳେ ଘଟିଲା ଅଘଟଣ । ବିଦ୍ୟୁତ୍ ତାର ଛିଣ୍ଡି ଅକାଳରେ ଚାଲିଗଲା ୫ ଜୀବନ । ଏଭଳି ଏକ ଦୁଖଦ ଘଟଣା ଘଟିଛି ତେଲେଙ୍ଗାନାର ନାଗରକର୍ନୁଲ ଜିଲ୍ଲାରେ । ସୂଚନା ଅନୁସାରେ, ନାଗରକର୍ନୁଲ ଜିଲ୍ଲାର ପାଲାମୁରୁ ଲିଫ୍ଟ ଜଳସେଚନ ପ୍ରକଳ୍ପ କାମ ଚାଲିଥିଲା । ତେବେ ଆଜି(ଶୁକ୍ରବାର) ସକାଳେ ଏକ କ୍ରେନ୍ ସାହାଯ୍ୟରେ ପମ୍ପ ହାଉସରୁ ଓହ୍ଲାଇଥିବା ବେଳେ ସଂପୃକ୍ତ ତାର ଛିଣ୍ଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।ଏହି ଦୁର୍ଘଟଣା ତେଲେଙ୍ଗାନାର ନାଗରକର୍ନୁଲ ଜିଲ୍ଲା କୋଲହାପୁର ମଣ୍ଡଳର ରେଗୁମାନା ଗଡ୍ଡା ଠାରେ ନିର୍ମାଣାଧୀନ ପାଲାମୁରୁ ରଙ୍ଗାରେଡି ପ୍ୟାକେଜ୍ -୧ ରେ ଘଟିଛି । ତେବେ ସମସ୍ତ ମୃତକ ବିହାର ହୋଇଥିବା ନେଇ ସୂଚନା ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହକୁ ଉଦ୍ଧାର କରି ହାଇଦ୍ରାବାଦର ଓସମାନିଆ ହସ୍ପିଟାଲକୁ ପଠାଇଛି।