16.1 C
Bhubaneswar
Tuesday, November 26, 2024
Homeଖେଳଗ୍ରୀନ୍‌ଙ୍କୁ ୫ ୱିକେଟ୍‌: ସାଉଥ୍ ଆଫ୍ରିକା ୧୮୯

ଗ୍ରୀନ୍‌ଙ୍କୁ ୫ ୱିକେଟ୍‌: ସାଉଥ୍ ଆଫ୍ରିକା ୧୮୯

ମେଲ୍‌ବର୍ଣ୍ଣ : ଚଳିତ ସାଉଥ୍ ଆଫ୍ରିକା-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍‌ର ବକ୍ସିଂ ଡେ’ ଟେଷ୍ଟ୍ ସୋମବାରଠାରୁ ଏଠାରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ ପାଇଁ ସାଉଥ୍ ଆଫ୍ରିକାକୁ ଆହ୍ୱାନ କରିବା ପରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳକୁ ୧୮୯ ରନ୍‌ରେ ସୀମିତ ରଖିଛି । ଏଥିସହ ଦଳ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୧୨ ଓଭର୍‌ରେ ଗୋଟିଏ ୱିକେଟ୍ ବିନିମୟରେ ୪୫ ରନ୍ କରିଛି । ଖେଳ ଶେଷ ବେଳକୁ ଓପନର ଡେଭିଡ୍ ୱାର୍ଣ୍ଣର୍ ୩ଟି ଚୌକା ସହ ୩୨ ଓ ମାର୍ନସ୍ ଲାବୁଶେନ୍ ୫ ରନ୍‌ରେ ଅପରାଜିତ ଅଛନ୍ତି । ଅନ୍ୟତମ ଓପନର ଉସମାନ୍ ଖୱାଜା ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ମାତ୍ର ୧ ରନ୍ କରି ପ୍ରତିପକ୍ଷ ପେସର୍ କାଗିସୋ ରବାଡାଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଛନ୍ତି ।
ସାଉଥ୍ ଆଫ୍ରିକା ପାଇଁ ଦୁଇ ଓପନର ଅଧିନାୟକ ଡିନ୍ ଏଲଗାର ଓ ସାରେଲ୍ ଏରୱି ୨୯ ରନ୍ ଯୋଡ଼ିଥିଲେ । ଏରୱି ୩ଟି ଚୌକା ସହ ୧୮ ରନ୍ କରିଥିବା ସମୟରେ ଆଉଟ୍ ହେବା ଫଳରେ ସାଉଥ୍ ଆଫ୍ରିକା ପ୍ରଥମ ୱିକେଟ୍ ହରାଇଥିଲା ।

ଦ୍ୱିତୀୟ ୱିକେଟ୍‌ରେ ଏଲଗାର ଓ ଥିଉନିସ୍ ଡି ବ୍ରୁନ୍ ୨୭ ରନ୍ ଯୋଡ଼ିବା ପରେ ଡି ବ୍ରୁନ୍ ୨ଟି ଚୌକା ସହ ୧୨ ରନ୍ କରି ବିଦାୟ ନେଇଥିଲେ । ଏଲଗାର ୨ଟି ଚୌକା ସହ ୨୬ ଏବଂ ଟେମ୍ବା ବାଭୁମା ୧ ରନ୍ ଏବଂ ଖାୟା ଜୋଣ୍ଡୋ ୫ ରନ୍ କରି ଆଉଟ୍ ହେବା ଫଳରେ ସାଉଥ୍ ଆଫ୍ରିକା ମାତ୍ର ୬୭ ରନ୍ ମଧ୍ୟରେ ୫ ଜଣ ଶୀର୍ଷ ଭାଗ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇଥିଲା । ଏହି ସମୟରେ ୱିକେଟ୍‌କିପର୍ କାଇଲ୍ ଭେରିନି ଓ ମାର୍କୋ ଜାନ୍‌ସନ୍‌ଙ୍କ ମଧ୍ୟରେ ୧୧୨ ରନ୍‌ର ଭାଗୀଦାରୀ ହେବା ଫଳରେ ଦଳର ସ୍ଥିତି ସୁଧୁରିଥିଲା ।

ଇତିମଧ୍ୟରେ ଉଭୟ ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଅର୍ଦ୍ଧଶତକ ପୂରଣ କରିଥିଲେ । ଭେରିନି ୩ଟି ଚୌକା ସହ ୫୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜାନ୍‌ସନ୍‌ଙ୍କ ୧୦ଟି ଚୌକା ସହ ୫୯ ରନ୍‌ର ଅବଦାନ ଦେଇଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ଆଉ କେହି ବେଶୀ ସମୟ ପିଚ୍‌ରେ ତିଷ୍ଠି ପାରି ନଥିଲେ । କେଶବ ମହାରାଜ ୨, ରବାଡା ୪, ଆନରିଚ୍ ନୋର୍ଜେ ଅପରାଜିତ ୧ ଓ ଲୁଙ୍ଗି ଏନ୍‌ଗିଡି ମାତ୍ର ୨ ରନ୍ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଯୁବ ଅଲ୍‌ରାଉଣ୍ଡର୍ କାମେରନ୍ ଗ୍ରୀନ୍ କ୍ୟାରିୟର୍‌ର ପ୍ରଥମ ୫ ୱିକେଟ୍‌ର ସଫଳତା ପାଇଥିଲେ । ଏହାଛଡ଼ା ମିଚେଲ୍ ଷ୍ଟାର୍କ ୨ଟି ଏବଂ ସ୍କଟ୍ ବୋଲାଣ୍ଡ୍ ଓ ନାଥନ୍ ଲିଅନ୍ ଗୋଟିଏ ଲେଖାଏଁ ୱିକେଟ୍ ଦଖଲ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking