17.1 C
Bhubaneswar
Monday, November 25, 2024
Homeଓଡିଶାବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଟେପ୍ ଶୁଣାଇଲେ ୫-ଟି ସଚିବ; ‘ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଁ...

ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଟେପ୍ ଶୁଣାଇଲେ ୫-ଟି ସଚିବ; ‘ଆପଣଙ୍କ ସମସ୍ୟା ବୁଝିବା ପାଇଁ ମୁଁ ପଠାଇଛି’

ଡିସେମ୍ବର ସୁଦ୍ଧା ବରଗଡ଼ କ୍ୟାନ୍‌ସର ହସ୍ପିଟାଲ
ଭୁବନେଶ୍ୱର: ‘ଆପଣମାନେ ଭଲ କାମ କରନ୍ତୁ । ମୁଁ ଆପଣମାନଙ୍କୁ ସାହାଯ୍ୟ କରିବି । ଆପଣମାନଙ୍କ ସୁଖଦୁଃଖ ଓ ସମସ୍ୟା ବୁଝିବା ପାଇଁ ମୁଁ ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି । ଆପଣମାନଙ୍କ ସମସ୍ୟାକୁ ମୁଁ ଦୂର କରିବି ।’

ବେଶ୍ କେଇ ଦିନ ଧରି ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତକୁ ନେଇ ବିରୋଧୀ ଦଳ ଯେଉଁ ଷଣ୍ଡୁଆସି ଆକ୍ରମଣ ଜାରି ରଖିଛନ୍ତି ତା’ର ଜବାବ୍ ଏଭଳି ଢଙ୍ଗରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଏକ ଅଡ଼ିଓ ଜରିଆରେ ମିଶନ ଶକ୍ତି ମହିଳାଙ୍କୁ ପ୍ରେରିତ କରିବା ସହ ବିରୋଧୀଙ୍କ ସବୁ ସ୍ପଷ୍ଟିକରଣର ଉତ୍ତର ଦେବାକୁ ପ୍ରାୟ ସକ୍ଷମ ହୋଇଛନ୍ତି । ଦୁଇ ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ ଯାଇଥିବା ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କର ଏହି ଅଡିଓ ବାର୍ତ୍ତାକୁ ନିଜ ମୋବାଇଲ୍‌ରୁ ମିଶନ ଶକ୍ତି ମା’ଙ୍କୁ ଶୁଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଆରମ୍ଭରୁ ସମସ୍ତଙ୍କୁ ଜୁହାର ବୋଲି ସମ୍ଭୋଧନ କରି କହିଛନ୍ତି ଯେ, ଆପଣମାନଙ୍କ ସୁଖଦୁଃଖ ଓ ସମସ୍ୟା ବୁଝିବା ପାଇଁ ମୁଁ ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି’ ବୋଲି କହିଛନ୍ତି ।

ଏହା ଶୁଣିବା ପରେ ଉପସ୍ଥିତ ମହିଳା ସ୍ୱୟଂ ସହାୟିକା ମହିଳା (ଏସ୍‌ଏଚ୍‌ଜି) ତାଳି ମାରି ସମର୍ଥନ କରିଥିଲେ । ନବୀନଙ୍କ ଏହି ଦୁଇ ଧାଡ଼ିଆ ଅଡ଼ିଓ ବାର୍ତ୍ତା ଗଣମାଧ୍ୟମ ଜରିଆରେ ପ୍ରଚାର ହେବା ପରେ ରାଜ୍ୟରେ ରାଜନୈତିକ ପାଣିପାଗ ବେଶ୍ ଉଷ୍ଣ ହୋଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ବାର୍ତ୍ତା ସମ୍ପର୍କରେ ବରଗଡ଼ରେ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ପାଖକୁ ଅଧିକାରୀଙ୍କୁ ପଠାଇଛନ୍ତି । ସେ ଆମକୁ ନିର୍ଦ୍ଦେଶ ଦେଇଛନ୍ତି- ଲୋକଙ୍କ ପାଖକୁ ଯାଅ, ସେମାନଙ୍କ ସମସ୍ୟା ବୁଝ ବୋଲି ତାଙ୍କର ନିର୍ଦ୍ଦେଶ ରହିଛି । ସେଥିପାଇଁ ଖରା ହେଉ କି ବର୍ଷା ହେଉ, ଆମେ ଏଠାକୁ ଆସିଛୁ । ଆପଣମାନଙ୍କ କାମ ଧାର୍ଯ୍ୟ ସମୟରେ ହେଲେ ମୁଖ୍ୟମନ୍ତ୍ରୀ ବହୁତ ଖୁସି ହେବେ ।

ବରଗଡ଼ ଗସ୍ତ କାଳରେ ୫-ଟି ସଚିବ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ଲୋକଙ୍କ ସହ ଆଲୋଚନା କରିଛନ୍ତି । ପ୍ରବଳ ବର୍ଷା ସତ୍ତ୍ୱେ ୫-ଟି ସଚିବଙ୍କ ଅଭିଯୋଗ ଶୁଣାଣିରେ ପ୍ରବଳ ଜନସମାଗମ ହୋଇଛି । ଏହି ଗସ୍ତ ସମୟରେ ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ମତ ପ୍ରକାଶ କରିଛନ୍ତି । ସେ ଅତାବିରାର ସାରନ୍ଦା ହାଇସ୍କୁଲ ପରିଭ୍ରମଣ କରି ଛାତ୍ରଛାତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ପରେ ସେ ଉକ୍ତ ଅଞ୍ଚଳର ବିଶ୍ୱେଶ୍ୱର ମନ୍ଦିର ଓ ମା’ ଦୁର୍ଗା ମନ୍ଦିରକୁ ଯାଇ ଦିଅଁ ଦର୍ଶନ କରିଥିଲେ । ସନ୍ଧ୍ୟାରେ କଲେଜ ଛାତ୍ରାଛାତ୍ରୀଙ୍କ ସହ ଆଲୋଚନ କରି ୫ଟି ସଚିବ କହିଛନ୍ତି ଯେ, ଜିଲ୍ଲାର ୫୬ଟି କଲେଜ ଓ ମାଧ୍ୟମିକ ସ୍କୁଲର ରୂପାନ୍ତରଣ ହେବ । ଏଥିପାଇଁ ମୋଟ୍ ୨୬.୭୫ କୋଟି ବ୍ୟୟ ହେବ । ପରେ ବରପାଲି ଓ ବରଗଡ଼ ସହରରେ ବିଭିନ୍ନ ସ୍ଥାନକୁ ଯାଇ କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି ଅବସରରେ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ବରଗଡ଼ ଭଟଲି ବ୍ଲକ୍‌ରେ ନିର୍ମାଣଧୀନ କ୍ୟାନ୍‌ସର ହସ୍ପିଟାଲ ଡିସେମ୍ବର ସୁଦ୍ଧା ନିର୍ମାଣ ଶେଷ ହେବ । ସେହିପରି ୫ଟି ସଚିବ ଗଙ୍ଗାଧର ମେହେରଙ୍କ ଜନ୍ମସ୍ଥାନ ଯାଇ କମିଟି ସଭ୍ୟଙ୍କ ସହ ଏହାର ରୂପାନ୍ତର ପାଇଁ କଥାବାର୍ତ୍ତା କରିଥିଲେ । ଏହି ଅବସରରେ ୫-ଟି ସହିତ କ୍ରୀଡ଼ା ସଚିବ ଭିନିଲ୍ କ୍ରିଷ୍ଣା, ବରଗଡ଼ ଜିଲ୍ଲାପାଳ ମୋନିଶ ବାନାର୍ଜୀ ଓ ଏସ୍‌ପି ପ୍ରହଲ୍ଲାଦ ସହାୟ ମୀନା ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking