33.5 C
Bhubaneswar
Sunday, April 12, 2026
Homeଖେଳଆଇପିଏଲ୍‌ରେ ରିଟେନ୍ ହୋଇପାରନ୍ତି ୫ ଖେଳାଳି

ଆଇପିଏଲ୍‌ରେ ରିଟେନ୍ ହୋଇପାରନ୍ତି ୫ ଖେଳାଳି

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ୨୦୨୫ର ମେଗା ଅକ୍ସନ୍ ପୂର୍ବରୁ ବିସିସିଆଇ ଫ୍ରାଞ୍ଚାଇଜିଙ୍କୁ ୫ ଖେଳାଳି ରିଟେନ୍ କରିବା ଅନୁମତି ଦେଇପାରେ। ଚଳିତ ବର୍ଷ ଶେଷ ହେବାକୁ ଯାଉଥିବା ଅକ୍ସନରୁ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବିକଳ୍ପ ହଟାଇ ଅତି କମ୍‌ରେ ୫ ରିଟେନ୍‌ସନ୍ ଉପରେ ବୋର୍ଡ ଚିନ୍ତା କରୁଛି, ଯାହା ଫଳରେ ଫ୍ରାଞ୍ଜାଇଜିର ବ୍ରାଣ୍ଡ୍ ଭାଲ୍ୟୁ ବଜାୟ ରହିପାରିବ। ଅବଶ୍ୟ ଏହି ୫ ଖେଳାଳିଙ୍କ ମଧ୍ୟରେ କେତେଜଣ ଭାରତୀୟ ଏବଂ କେତେଜଣ ବିଦେଶୀ ତାହା ସ୍ପଷ୍ଟ ହୋଇନାହିଁ। ଗତମାସରେ ଏକ ମିଟିଂ ବେଳେ ଟିମ୍‌ଗୁଡ଼ିକ ଏ ସମ୍ପର୍କରେ ବୋର୍ଡ ସହିତ ଆଲୋଚନା କରିଥିଲେ। ଅଧିକାଂଶ ଫ୍ରାଞ୍ଚାଇଜି ୫-୬ ଖେଳାଳିଙ୍କୁ ରିଟେନ୍ ଦାବି କରିଥିଲେ। କୁହାଯାଉଛି ବୋର୍ଡ ଫ୍ରାଞ୍ଚାଇଜିଙ୍କ ଦାବି ମାନିବାକୁ ଯାଉଛି। ଲିଗ୍‌ର ମେଗା ଅକ୍ସନ ଚଳିତ ବର୍ଷ ଶେଷରେ ହୋଇପାରେ।
ବିସିସିଆଇ ୫ ଖେଳାଳିଙ୍କୁ ରିଟେନ୍ କରିବାକୁ ଅନୁମତି ଦେଲେ ସବୁଠୁ ଅଧିକ ଲାଭ ମୁମ୍ବାଇ ଇଣ୍ଡିଆନ୍ସକୁ ହେବ। ଏପରି ସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସ ଜସ୍‌ପ୍ରୀତ୍ ବୁମ୍‌ରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି କୋର୍ ଗ୍ରୁପ୍ ଖେଳାଳିଙ୍କୁ ରିଟେନ୍ କରିପାରିବ। ସେହିପରି ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ମଧ୍ୟ ଋତୁରାଜ ଗାଏକ୍‌ୱାଡ୍‌, ରବୀନ୍ଦ୍ର ଜାଡ଼େଜା, ମହେନ୍ଦ୍ର ସିଂହ ଧୋନିଙ୍କ ପରି ଖେଳାଳିଙ୍କୁ ନିଜ ପାଖରେ ରଖିପାରିବ। ରାଜସ୍ଥାନ ନିକଟରେ ଜୋଶ୍ ବଟ୍‌ଲର୍‌, ସଞ୍ଜୁ ସାମ୍‌ସନ୍‌, ଆର୍ ଅଶ୍ୱିନ ଏବଂ ୟୁଜବେନ୍ଦ୍ର ଚହଲଙ୍କ ପରି ବଡ଼ ଖେଳାଳିଙ୍କ ସହ ବିଦେଶୀ ଖେଳାଳିଙ୍କୁ ରଖିବାର ବିକଳ୍ପ ହେବ।
ବର୍ତ୍ତମାନର ନିୟମ ଅନୁସାରେ ଗୋଟିଏ ଟିମ୍ ସର୍ବାଧିକ ୪ ଖେଳାଳି ରିଟେନ୍ କରିପାରୁଥିଲେ। ଏହା ସହିତ ରାଇଟ୍ ଟୁ ମ୍ୟାଚ୍ (ଆର୍‌ଟିଏମ୍‌) କାର୍ଡ ଜରିଆରେ ଜଣେ ଖେଳାଳିଙ୍କୁ ନିଜ ସହିତ ଯୋଡ଼ିପାରୁଥିଲା। ଏପରି ସ୍ଥିତିରେ ଟିମ୍ ଦୁଇଜଣ ବିଦେଶୀ ଖେଳାଳିଙ୍କ ସମେତ ୫ ଜଣଙ୍କୁ ରିଟେନ୍ କରିପାରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking