32.1 C
Bhubaneswar
Friday, September 20, 2024
Homeଓଡିଶାହତ୍ୟା ଘଟଣାରେ ୫ଙ୍କୁ ଆଜୀବନ ଜେଲ

ହତ୍ୟା ଘଟଣାରେ ୫ଙ୍କୁ ଆଜୀବନ ଜେଲ

ବାଲିଗୁଡା : ବାଲିଗୁଡ଼ାର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୀଲ୍ଲିପ କୁମାର ବିଶ୍ୱାଳ ଏକ ହତ୍ୟାଘଟଣାର ଶୁଣାଣି କରି ୫ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସନ୍ତୋଷ ପ୍ରଧାନୀଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ୍ ହୋଇଥିବା ଆସାମୀମାନେ ହେଲେ ଗଙ୍ଗାଧର ପାତ୍ର, ପ୍ରଦୀପ ଦଣ୍ଡସେନା, ବାରାଣସୀ ପାତ୍ର, ବିନାୟକ ପାତ୍ର ଓ ଗୋଲକ ପୁଜାରୀ । ସୂଚନାନୁଯାୟୀ, ୨୦୧୪ ମାର୍ଚ୍ଚ ୧୨ ତାରିଖରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡ଼ାଗୁଡ଼ା ନେଡ଼ିସାହିର ସନ୍ତୋଷ ପ୍ରଧାନୀ ନାସ (ଗୁଟଖା) ଖାଇବାକୁ ଦୋକାନକୁ ଯାଇଥିଲେ ।

ଏହି ସମୟରେ ପୂର୍ବ ଶତ୍ରୁତା କାରଣରୁ ଆସାମୀମାନେ ସନ୍ତୋଷ ପାତ୍ରଙ୍କ ସହିତ ଗଣ୍ଡଗୋଳ କରିଥିଲେ । ଆସାମୀମାନେ ସନ୍ତୋଷ ପ୍ରଧାନୀଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ହୋଇଥିଲେ । ପରିବାର ଲୋକେ ତାଙ୍କୁ ମେଡିକାଲକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଲିଗୁଡ଼ା ଥାନାରେ ମୃତ ସନ୍ତୋଷଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ବାଲିଗୁଡା ଥାନା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରିଥିଲା । ଏହି ୬ ଜଣଙ୍କ ମଧ୍ୟରୁ ସନ୍ତୋଷ ପାତ୍ରଙ୍କର ଇତି ମଧ୍ୟରେ ମୃତ୍ୟୁ ହୋଇଯାଇଛି । ଅନ୍ୟ ୫ ଜଣଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରୀ ଓକିଲ ଭାବେ ରବୀନ ଚନ୍ଦ୍ର ସାହୁ ମାମଲା ପରିଚାଳନା କରୁଥିବାବେଳେ ଅଭିଯୁକ୍ତମାନଙ୍କ ପକ୍ଷରୁ ଓକିଲ ସୁରେନ୍ଦ୍ର ପାତ୍ର କେସ୍ ଲଢୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking