କେରଳ: କେରଳର ତୋଡୁପୁଝାର ଏକ ଗାଁରେ ଭାରି ବର୍ଷା କାରଣରୁ ଭୂସ୍ଖଳନ ହେବାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ପକ୍ଷରୁ କୁହାଯାଇଛି କି ଏହି ଘଟଣା ଇଡୁକ୍କୀ ଜିଲ୍ଲାର ତୋଡ଼ୁପୁଝା ନିକଟ କାଞ୍ଜର ଗାଁରେ ବିଳମ୍ବିତ ରାତି ପାଖାପାଖି ୧ଟା ୩୦ମିନିଟରେ ହୋଇଥିଲା । ସୂଚନା ଅନୁଯାୟୀ, କାଞ୍ଜର ନିବାସୀ ୟକମ୍ମା(୮୦), ତାଙ୍କ ପୁଅ ସୋମନ(୫୨), ସ୍ତ୍ରୀ ଶାଜୀ(୫୦), ଝିଅ ସୀମା(୩୦) ଏବଂ ଦେବାନନ୍ଦଙ୍କ ମୃତ୍ୟୁ ହୋଇଛି । କେରଳର ପାହାଡି ଅଞ୍ଚଳରେ ଗତ ଦୁଇ ଦିନରୁ ଲଗାତାର ଭାରି ବର୍ଷା ହେଉଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ମଙ୍ଗଳବାର ଲାଗି କାସରଗୋଡ଼କୁ ଛାଡ଼ି ସବୁ ଜିଲ୍ଲାରେ ‘ୟଲୋ ଆଲର୍ଟ’ର ଜାରି କରିଛି ।
କୋଟ୍ଟାୟମ ଜିଲ୍ଲାର ନେଦୁନକୁତ୍ରମ, କରୁକାଚଳ ଗାଁରେ ବନ୍ୟା କାରଣରୁ ସ୍ଥାନୀୟ ବାସିନ୍ଦାଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ପଠାଯାଇଛି। ଏହା ମଧ୍ୟରେ କେରଳର ପତନମଥିଟ୍ଟା ଜିଲ୍ଲାରେ, ମଲ୍ଲାପଳ୍ଲୀ ତାଲୁକର କିଛି ଅଞ୍ଚଳରେ ସାମାନ୍ୟ ଧରଣର ବନ୍ୟା ଆସିଛି । ମଲ୍ଲାପଲ୍ଲୀ, ଆନିକ୍କଡ ଏବଂ ଥୋଲିୟୁର ଗାଁରେ ଛୋଟ ନଦୀ ଫୁଲି ରହିଛି । ପଥନମଥିଟ୍ଟା ଜିଲ୍ଲା ସୂଚନା ଅଧିକାରୀଙ୍କ ଅନୁସାରେ ‘ମଲ୍ଲାପଲ୍ଲୀ ତାଲୁକର କୋଟ୍ଟଗଳ ଗାଁରେ କିଛି ଘର ଏବଂ ଦୋକାନରେ ପାଣି ପଶି ଯାଇଛି । ସେହିଭଳି ପାଣି ଭାସୁଥିବା ଏକ କାରକୁ ସ୍ଥାନୀୟ ବାସିନ୍ଦାମାନେ ଏକ ଗଛରେ ରଶି ଦ୍ୱାରା ବାନ୍ଧି ଦିଆଯାଇଛି । ଏହା ବ୍ୟତୀତ ମଲପ୍ପୁରମ, କୋଝିକୋଡ ଏବଂ କନ୍ନୁର ଜିଲ୍ଲାରେ ପାହାଡିଆ ଅଞ୍ଚଳରେ ଗତ ଦୁଇ ଦିନରୁ ବାରମ୍ବାର ବର୍ଷା ହେଉଛି । ପ୍ରକାଶ ଯେ ସେଠାରୁ ଏବେ ଯାଏ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ଆସିନାହିଁ ।