32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚଳିଗଲା ୫ ଜୀବନ

କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚଳିଗଲା ୫ ଜୀବନ

ଉତ୍ତରପ୍ରଦେଶର: ଉତ୍ତରପ୍ରଦେଶର ଅମରୋହାର ଢ଼କ୍କା ମୋଡ ଗାଁରେ ସୋମବାର ଗୋଟିଏ ରୁମ୍‌ରେ ପରିବାରର ୭ ଜଣ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ଶୋଇଥିବା ଅବସ୍ଥାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।କୁହାଯାଉଛି ଯେ ସୋମବାର ରାତିରେ ଘରେ ନିଆଁ ଲଗାଇ ରଇସୁଦ୍ଧିନଙ୍କ ପରିବାର ଲୋକ ଶୋଇଥିଲେ। ମଙ୍ଗଳବାର ସକାଳେ ପରିବାରର ୫ ଜଣ ସଦସ୍ୟ ମୃତ ଅବସ୍ଥାରେ ପଡ଼ିଥିବାବେଳେ ଦୁଇ ଅଚେତ ଅବସ୍ଥାରେ ଥିବା ଜଣାପଡିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ପୁଲିସକୁ ସୂଚନା ଦିଆଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଦୁଇ ଗୁରୁତରଙ୍କ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ପୁଲିସ କହିବା ମୁତାବକ, ରଇସୁଦ୍ଦିନଙ୍କ ପରିବାରର ସାତ ଜଣ ଶୀତରୁ ବଞ୍ଚିବା ପାଇଁ ଘରେ କୋଇଳା ଅଙ୍ଗାର ଜାଳି ଶୋଇଥିଲେ। ତେବେ କୋଇଲା ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକଙ୍କ ମଧ୍ୟରେ ରଇସୁଦ୍ଦିନଙ୍କ ପତ୍ନୀଙ୍କ ସମେତ ତାଙ୍କର ତିନି ପିଲା ଅଛନ୍ତି। ସେହିପରି ତାଙ୍କ ସମ୍ପର୍କୀୟଙ୍କ ଦୁଇ ଜଣ ପିଲାଙ୍କ ମୃତ୍ୟୁ ହୋଇଛି। ପୁଲିସ ପୂରା ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking