ଅଲୱାର: ପରିବାରର ୫ ଜଣ ସଦସ୍ୟଙ୍କୁ ଅମାନୁଷିକଭାବେ ହତ୍ୟା କରିଥିବା ଅଭିଯୋଗରେ ରାଜସ୍ଥାନର ଏକ ଅଦାଲତ ଅଲୱାର ଜିଲ୍ଲାର ଜଣେ ମହିଳା ଓ ତାଙ୍କର ପ୍ରେମିକଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଉଭୟଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସନ୍ଧ୍ୟା ନାମ୍ନୀ ଏହି ମହିଳା ତିନିଟି ସନ୍ତାନର ଜନନୀ ହୋଇଥିବା ସତ୍ତ୍ୱେ ତାଙ୍କଠାରୁ ୧୦ ବର୍ଷ କମ ବୟସ୍କ ହନୁମାନ ନାମକ ଯୁବକଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିଥିଲେ । ତେବେ ପରିବାର ଲୋକେ ପ୍ରତିବନ୍ଧକ ସାଜିଥିବାରୁ ୨୦୧୭ ଅକ୍ଟୋବର ୨ ରାତିରେ ପ୍ରେମିକଙ୍କ ସହ ମିଶି ସନ୍ଧ୍ୟା ସ୍ୱାମୀ ବନୱାରିଲାଲ, ୩ ପୁତ୍ର ସନ୍ତାନ ଏବଂ ପୁତୁରାକୁ ଗଳାକାଟି ହତ୍ୟା କରିଥିଲେ ।