ଅହମ୍ମଦାବାଦ: ଗୁଜରାଟର ଖେଡା ଜିଲ୍ଲାରେ ବିଷାକ୍ତ ଆୟୁର୍ବେଦିକ କଫ୍ ସିରପ୍ ପାନକରି ୫ ଜଣ ପ୍ରାଣ ହରାଇଛନ୍ତି । ଗୁରୁତର ଅସୁସ୍ଥ ଅନ୍ୟ ୨ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଗତ ଦୁଇଦିନ ମଧ୍ୟରେ ନାଦିଆଦ୍ ସହରର ବିଲୋଦରା ଗ୍ରାମରେ ଥିବା ଏକ ଆୟୁର୍ବେଦ ଦୋକାନରେ ‘କାଲମେଘାସଭ୍-ଅଶ୍ୱ ଅରିଷ୍ଟ’ ବ୍ରାଣ୍ଡ୍ ଏହି ସିରପ୍ ୫୦ ଜଣଙ୍କୁ ବିକ୍ରି କରାଯାଇଥିଲା ।
ତେବେ ବିକ୍ରି ପୂର୍ବରୁ ଏହି ସିରପ୍ରେ ମିଥାଇଲ ଆଲକୋହଲ ମିଶ୍ରଣ କରାଯାଇଥିଲା ବୋଲି ଲ୍ୟାବ୍ ପରୀକ୍ଷାରୁ ଜଣାପଡିଛି । ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ଜେରା କରୁଥିବା କୁହାଯାଇଛି ।