ଜମ୍ମୁ : ଜମ୍ମୁ-କଶ୍ମୀର ଡୋଡା ଜିଲ୍ଲାରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଣାରେ ୫ ଜଣଙ୍କ ମୃତିଉ୍ର ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ପୁଲିସ ଅନୁସାରେ ଡୋଡା ଜିଲ୍ଲାରେ ଭଦ୍ରବାହ-ପଠାନକୋଟ ରାସ୍ତାର ଗୁଲଦଣ୍ଡାଠାରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବା ଫଳରେ ବାହନଟି ଖ।।ତରେ ଖସିପଡ଼ିଥିଲା ।
ଏଥିରେ ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିଲେ । ପୁଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଇଛନ୍ତି । ପୁଲିସ କେସ୍ ରୁଜୁକରି ଘଟଣାର ତଦନ୍ତ ଚଳାଇଛି । ଡୋଡା ଜିଲ୍ଲାରେ ଖରାପ ରାସ୍ତା ଯୋଗୁଁ ଏପରି ଦୁର୍ଘଟଣା ଘଟି ଜୀବନହାନି ହେଉଥିବା କୁହାଯାଉଛି ।
ତେବେ ପାହାଡ଼ିଆ ଡୋଡା ଜିଲ୍ଲାରେ କମର୍ସିଆଲ୍ ବାହନ ଚାଳକଙ୍କ ଦ୍ରୁତଗତି ଏବଂ ଦାୟିତ୍ୱହୀନ ଗାଡ଼ି ଚାଳନାକୁ ପରିବହନ ଅଧିକାରୀ ଦାୟୀ କରିଛନ୍ତି । ସେହିପରି ମଙ୍ଗଳବାର ଜିଲ୍ଲାର ଶ୍ରୀନଗର-ଜମ୍ମୁ ନାସ୍ନାଲ୍ ହାଇୱେରେ ଅନ୍ୟ ଏକ ଦୁର୍ଘଟଣାରେ ଦୁଇଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣେ ଆହତ ହୋଇଛନ୍ତି ।